ଅକ୍ସଫୋର୍ଡ ବୈଜ୍ଞାନିକ ତିଆରି କଲେ କରୋନା ଆଣ୍ଟିବଡ଼ି କିଟ୍‌, ୨୦ ମିନିଟରେ ମିଳିବ ରିପୋର୍ଟ

ଅକ୍ସଫୋର୍ଡ ବୈଜ୍ଞାନିକ ତିଆରି କଲେ କରୋନା ଆଣ୍ଟିବଡ଼ି କିଟ୍‌, ୨୦ ମିନିଟରେ ମିଳିବ ରିପୋର୍ଟ

ଅକ୍ସଫୋର୍ଡ ବୈଜ୍ଞାନିକ ତିଆରି କଲେ କରୋନା ଆଣ୍ଟିବଡ଼ି କିଟ୍‌, ୨୦ ମିନିଟରେ ମିଳିବ ରିପୋର୍ଟ
ଲଣ୍ଡନ: ଅକ୍ସଫୋର୍ଡ ବୈଜ୍ଞାନିକମାନେ ନୂଆ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବିକାଶ କରିଛନ୍ତି । ଏହା ୨୦ ମିନିଟରେ ରୋଗୀର ନମୁନା ପଜିଟିଭ କି ନେଗେଟିଭ ତାହା ଦର୍ଶାଇ ପାରିବ ବୋଲି ସେମାନେ ଦାବି କରିଛନ୍ତି । ବ୍ରିଟେନରେ ଖୁବଶୀଘ୍ର ୧୦ ଲକ୍ଷ କିଟ୍ ଉତ୍ପାଦନ କରାଯିବ । କୋଭିଡ-୧୯ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ଏହା ‘ଗେମ ଚେଞ୍ଜର’ ହୋଇପାରେ ବୋଲି ଆଶା କରାଯାଉଛି । ବ୍ରିଟେନ ବୈଜ୍ଞାନିକଙ୍କ ଏଭଳି କୃତିତ୍ୱ ଯୋଗୁଁ କରୋନାକୁ ମାତ ଦିଆଯାଇପାରିବ ବୋଲି କୁହାଯାଉଛି । ଏହି ରାପିଡ ଟେଷ୍ଟ କିଟ୍ ଦ୍ୱାରା ଲୋକମାନଙ୍କର ଶୀଘ୍ର ନମୁନା ପରୀକ୍ଷା କରାଯାଇପାରିବ । ଫଳରେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହେବ । ଏହି ଟେଷ୍ଟ କିଟର ମୂଲ୍ୟ ୧୦ ପାଉଣ୍ଡ ରହିପାରେ । ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇତିମଧ୍ୟରେ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ଆଜି ସେ କାର୍ଯ୍ୟରେ ଯୋଗ ଦେବେ । ମିଳିଥିବା ସୂଚନା ମୁତାବକ ବ୍ରିଟେନର ମନ୍ତ୍ରୀମାନେ ୫ କୋଟି ନୂଆ ଇମ୍ୟୁନିଟି ଟେଷ୍ଟ କିଟ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।