ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର: ପୃଥ୍ୱୀରାଜ

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର: ପୃଥ୍ୱୀରାଜ

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର: ପୃଥ୍ୱୀରାଜ
ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ୯ ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ସହଜରେ ଗ୍ରହଣୀୟ ହେବ ନାହିଁ । ବାଜପେୟୀଙ୍କ ବେଳେ ସର୍ବଶିକ୍ଷା ଅଭିଯାନରେ ସ୍କୁଲ ସବୁ ଖୋଲିଥିଲା । ୨୫ରୁ କମ ପିଲା କିମ୍ବା ୧ କିମି ମଧ୍ୟରେ ସ୍କୁଲ ଥିଲେ ବନ୍ଦ ନିଷ୍ପତ୍ତି କ୍ଷତିକାରକ । ୧୧ ଲକ୍ଷ ପିଲା ନାମ ଲେଖାଇଛନ୍ତି । ୫ ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି । ୬ ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି । କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି । ସ୍କୁଲ ବନ୍ଦ ହେଲେ ପିଲାଙ୍କ ସ୍କୁଲ ଛାଡ଼ିବା ହାର ୮୦%କୁ ବୃଦ୍ଧି ପାଇବ । ଆସନ୍ତା ୧୫ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ଶିକ୍ଷାଧିକାରୀଙ୍କ ଅଫିସରେ ଧାରଣା ଦିଆଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।