ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ୧୦୬ କିମି ସାଇକେଲ ଚାଳନା
ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ୧୦୬ କିମି ସାଇକେଲ ଚାଳନା
admin
Aug 21, 2020 - 07:20
Updated: Aug 21, 2020 - 07:20
ପୁଅର ସ୍ୱପ୍ନକୁ ପୂରଣ କରିବାକୁ ଜଣେ ବାପା ୧୦୬ କିମି ସାଇକେଲ ଚଳାଇଛନ୍ତି । ଧର ଜିଲ୍ଲାର ମନୱାର ତହସିଲରେ ଅବସ୍ଥିତ ଏକ ଛୋଟ ଗାଁରେ ରହନ୍ତି ଦିନ ମଜୁରିଆ ଶୋଭାରାମ । ପୁଅର ଭବିଷ୍ୟତକୁ ନେଇ ସେ ଖୁବ ସମ୍ବେଦନଶୀଳ । ପୁଅ ଆଶୀଷ ଯେମିତି ଗଣିତ ଓ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ଦେଇପାରିବେ, ସେଥିପାଇଁ ସେ ସାଇକେଲ କ୍ୟାରିୟରରେ ବସାଇ ତାଙ୍କୁ ସହରରେ ଥିବା ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଛନ୍ତି । ଏହି ଯାତ୍ରା ନିମନ୍ତେ ୩ ଦିନ ପାଇଁ ସେ ସାଙ୍ଗରେ ଏକ ପୁଟୁଳିରେ ରୁଟି ନେଇଥିଲେ । ଏ ନେଇ ଶୋଭରାମ କହନ୍ତି ‘ମୁଁ ଜଣେ ଦିନ ମଜୁରିଆ କିନ୍ତୁ ମୋ ପୁଅ ଭଲ ଜୀବନ ଜିଇଁବ । ସେ ଯଦି ଦ୍ୱିତୀୟ ସୁଯୋଗ ପାଏ, ତେବେ ତା ର ସମସ୍ତ ବାଧାବିଘ୍ନ ଦୂର କରିବାକୁ ମୁଁ ସବୁକିଛି କରିବି ।’ ଆଶିଷ ତାଙ୍କର ବଡ଼ ପୁଅ । ୧୦ମ ବୋର୍ଡ ପରୀକ୍ଷାରେ ୩ ବିଷୟରେ ସେ ଫେଲ ହୋଇଥିଲା । ଦ୍ୱିତୀୟ ସୁଯୋଗ ପାଇବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ‘ରୁକ ଜାନା ନାହିଁ’ ଯୋଜନାରେ ନିଜର ନାମ ଲେଖାଇଥିଲେ । ଆଶିଷ ଏଥର ପାସ କରିବାକୁ ଦୃଢ଼ ସଂକଳ୍ପ । ପଢ଼ା ଶେଷ କରି ଜୀବନରେ କିଛି ବଡ଼ ଲକ୍ଷ୍ୟ ହସାଲ କରିବାକୁ ସେ ଚାହେଁ ବୋଲି ଶୋଭାରାମ କହିଛନ୍ତି । ଧର ନଗରୀର ପରୀକ୍ଷା କେନ୍ଦ୍ର ତାଙ୍କ ଘରଠାରୁ ୧୦୬ କିମି ଦୂରରେ ବସାଇ ଧର ନଗରୀ ସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାତ୍ରା ଆରମ୍ଭ କଲେ । ରାତି ଅଧିକ ହେବାରୁ ଅଟକିବାକୁ ସେମାନେ ସ୍ଥିର କଲେ । ପ୍ରଥମେ ସେମାନେ ରାତି ବିତାଇବାକୁ ମନ୍ଦିର ଖୋଜିଲେ । କିନ୍ତୁ ମାଣ୍ଡୁ ବାସିନ୍ଦା କିଛି ଲୋକ ତାଙ୍କୁ ବାସସ୍ଥଳୀ ଓ ଖାଦ୍ୟ ଯୋଗାଇ ଦେଲେ । କିଛି ସମୟ ବିଶ୍ରାମ ପରେ ପୁଣି ଭୋର ୪ଟାରେ ଶୋଭାରାମ ପୁଅକୁ ସାଇକେଲରେ ବସାଇ ପରୀକ୍ଷା କେନ୍ଦ୍ର ଭୋଜ କନ୍ୟାଶାଳା’ ଅଭିମୁଖେ ବାହାରିଲେ । ପରୀକ୍ଷା ଘଣ୍ଟି ବାଜିବାର ୧୫ ମିନି ପୂର୍ବରୁ ସେ ପୁଅକୁ ପହଞ୍ଚାଇ ଦେଲେ । ପରଦିନ ବାପ ପୁଅଙ୍କ ୧୦୬ କିମି ସାଇକେଲ ଯାତ୍ରା ଖବର ସହର ସାରା ଚର୍ଚ୍ଚା ହେଲା । ସ୍ଥାନୀୟ ମିଡିଆକୁ ସେମାନଙ୍କୁ ଖୋଜି ଆଶିଷଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ । ପରୀକ୍ଷା ଶେଷରେ ଆଶୀଷଙ୍କ ନାଁ ଡକାଗଲା । ସେଠାରେ କିଛି ଅଧିକାରୀ ଶୋଭାରାମ ଓ ଆଶିଷଙ୍କୁ ଅପେକ୍ଷା କରି ରହିଥିଲେ । ତା ପରେ ବାପ ପୁଅଙ୍କ ପାଇଁ ଖାଦ୍ୟ ଓ ବାସସ୍ଥଳୀର ପ୍ରବନ୍ଧନ କରାଗଲା । ପରୀକ୍ଷା ଶେଷରେ ଘରକୁ ଯିବାର ବ୍ୟବସ୍ଥା କରାଯିବ ବୋଲି ଧର ଜନଜାତି କଲ୍ୟାଣ ବିଭାଗର ସହକାରୀ କମିସନର ବି୍ରଜେଶ ପାଣ୍ଡେ କହିଛନ୍ତି । ଗୋଟିଏ ପରୀକ୍ଷା ଶେଷ କରି ସାଇକେଲରେ ଘରକୁ ଯାଇ ପରବର୍ତ୍ତୀ ପରୀକ୍ଷା ଅଗଷ୍ଟ ୨୫ରେ ପୁଣି ଫେରିବାକୁ ପୂର୍ବରୁ ଶୋଭାରାମ ନିଷ୍ପତ୍ତ ନେଇଥିଲେ । ଏକେ କିନ୍ତୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେ ଓ ଆଶିଷ ସରକାରୀ ହଷ୍ଟେଲରେ ରହିବେ । ସାଇକେଲ ଯାତ୍ରା ସମୟରେ ଉଭୟ ଅନେକ ସମସ୍ୟା ସାମ୍ନା କରିଥିଳେ ।