ଆମାଜନ ପ୍ରାଇମରେ ଆସିବ ‘କୁଲି ନଂ ୱାନ’!

ଆମାଜନ ପ୍ରାଇମରେ ଆସିବ ‘କୁଲି ନଂ ୱାନ’!

ଆମାଜନ ପ୍ରାଇମରେ ଆସିବ ‘କୁଲି ନଂ ୱାନ’!
କରୋନା ମହାମାରୀ କାରଣରୁ ସିନେମା ହଲଗୁଡ଼ିକ ବନ୍ଦ ଥିବାରୁ ଚଳିତ ବର୍ଷର ଅନେକ ଚର୍ଚ୍ଚିତ ଫିଲ୍ମ ଓଟିଟିରେ ରିଲିଜ ହେବା ସ୍ଥିର ହୋଇଛି । ଅକ୍ଷୟକୁମାରଙ୍କ ସୂର୍ଯ୍ୟବଂଶୀ, ଅଜୟ ଦେବଗନଙ୍କ ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ, ଆଲିଆ ଭଟ୍ଟଙ୍କ ‘ସଡକ-୨’ ସେଥିମଧ୍ୟରୁ ଅନ୍ୟତମ । ଏବେ ଡେଭିଡ ଧୱନଙ୍କ ‘କୁଲି ନଂ ୱାନ’ ସେହି ତାଲିକାରେ ସାମିଲ ହେବାକୁ ଯାଉଛି । ଦୀପାବଳି ଅବସରରେ ଆମାଜନ ପ୍ରାଇମ ଭିଡିଓରେ ତାହା ରିଲିଜ ହୋଇପାରେ । ଏ ସମ୍ପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଫିଲ୍ମଟିକୁ ଥିଏଟରରେ ରିଲିଜ କରିବାକୁ ଯୋଜନା ଥିଲା । ତେଣୁ ଓଟିଟି କଥା ଚିନ୍ତା କରାଯାଉନଥିଲା । ବର୍ତ୍ତମାନ ପରିସ୍ଥିତିରେ ସିନେମା ହଲ ପୁଣି ଖୋଲାଯିବା ନେଇ କିଛି ସ୍ପଷ୍ଟ ଭାବେ ଜଣାପଡୁନଥିବାରୁ ନିର୍ମାତାମାନେ ଓଟିଟି ବିକଳ୍ପକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।’ ଏହା ୧୯୯୫ ରେ ସମାନ ନାମରେ ରିଲିଜ ହୋଇଥିବା ଫିଲ୍ମର ରିମେକ । ଏଥିରେ ଦର୍ଶକେ ବରୁଣ ଧୱନ ଏବଂ ସାରା ଅଲ୍ଲୀ ଖାନଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ।