ସାରାଙ୍କୁ ଭିକାରୀ ଭାବି ଲୋକ ଟଙ୍କା ଦେଇଥିଲେ

ସାରାଙ୍କୁ ଭିକାରୀ ଭାବି ଲୋକ ଟଙ୍କା ଦେଇଥିଲେ

ସାରାଙ୍କୁ ଭିକାରୀ ଭାବି ଲୋକ ଟଙ୍କା ଦେଇଥିଲେ
ବଲିଉଡର ଚୁଲବୁଲି ନାୟିକା ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ତାଙ୍କ ପିଲା ଦିନର ଏକ ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି ମୁଁ ଛୋଟ ଥିଲା ବେଳେ ଦିନେ ମତେ ଲୋକମାନେ ଭିକାରୀ ଭାବେ ଟଙ୍କା ଦେଇଥିଲେ । ସାରା କହିଛନ୍ତି ପିଲାବେଳେ ମୁଁ ବାପା ସୈଫ ଅଲ୍ଲୀ ଖାନ ଓ ମା ଅମି୍ରତା ସିଂହଙ୍କ ସହ ଛୁଟି କାଟିବାକୁ ବିଦେଶ ଯାଇଥିଲି । ସପିଂ ପାଇଁ ମା, ବାବା ଦୋକାନ ଭିତରକୁ ଯାଇଥିବା ବେଳେ ମୁଁ ଓ ଭାଇ ଇବ୍ରାହିମ ବାହାରେ ଠିଆ ହୋଇଥିଲୁ । କିଛି ସମୟ ଠିଆ ହେବା ପରେ କୌତୁହଳ ପୂର୍ବକ ମୁଁ ରାସ୍ତା ଉପରେ ଅନ୍ୟ ମନସ୍କ ହୋଇ ନାଚିବାରେ ଲାଗିଲି । ମୋର ନାଚ ଦେଖି, ସେହି ରାସ୍ତା ଦେଇ ଯିଏ ଯାଉଥିଲା ମୋତେ ଟଙ୍କା ଦେଇ ଯାଉଥିଲେ । ବାପା ଓ ମା ଦୋକାନରୁ ଫେରିବା ପରେ ମୁଁ ଖୁସିରେ ସବୁ ଟଙ୍କା ତାଙ୍କୁ ଦେଇ କହିଲି ମୁଁ ଏତେ କୁ୍ୟଟି ବୋଲି ଲୋକମାନେ ମୋତେ ଟଙ୍କା ଦେଇ ଯାଉଛନ୍ତି । ସେତେବେଳେ ମା ମୋତେ କକହିଥିଲେ ସେମାନେ ତୋତେ ଭିକାରୀ ଭାବି ସାହାଯ୍ୟ ଦେଉଛନ୍ତି । ଏବେ ବି ଏହି କଥା ମନେ ପଡିଲେ, ବହୁତ ହସ ଲାଗେ ବୋଲି ସାରା କହିଛନ୍ତି ।