କରୋନା କାଳରେ ଷ୍ଟ୍ରେସ ଏନଜାଇଟରୁ ବଂଚିବା ପାଇଁ କେତେ ଲାଭଦାୟକ ମ୍ୟୁଜିକ
କରୋନା କାଳରେ ଷ୍ଟ୍ରେସ ଏନଜାଇଟରୁ ବଂଚିବା ପାଇଁ କେତେ ଲାଭଦାୟକ ମ୍ୟୁଜିକ
admin
May 15, 2021 - 10:07
Updated: May 15, 2021 - 10:07
କରୋନା ଭାଇରସ ପାଇଁ ସାରା ଦୁନିଆରେ ସମସ୍ତେ ସମସ୍ତଙ୍କଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ କରାଯାଉଛି । ଯାହାଫଳରେ ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇପାରିବ । ମହାମାରୀ ପାଇଁ ଅର୍ଥବ୍ୟବସ୍ଥା ମଧ୍ୟ ଠପ୍ ହୋଇପଡିଛି । ସ୍କୁଲ, କଲେଜ, ଦପ୍ତର ବନ୍ଦ ରହିଛି । ଏତିକି ନୁହେଁ, ପାର୍ଟି, ଫଙ୍କସନ ଏବଂ ବିବାହ କାର୍ୟ୍ୟକ୍ରମରେ ଲୋକଙ୍କ ଗହଳି ଉପରେ ପ୍ରତିବନ୍ଧକ ରହିଛି । ଏକ୍ସପର୍ଟଙ୍କ କହିବାନୁସାରେ, ଘରେ କଏଦ ହୋଇ ରହିଥିବା ଲୋକଙ୍କ ମଧ୍ୟରେ ମାନସିକ ପରିବର୍ତନ ପରିଲକ୍ଷିତ ହେଉଛି । ଏକଲାପଣ ହେବାରୁ ସେମାନେ ଚାପଗ୍ରସ୍ତ ହେଉଛନ୍ତି । ଏଥିରୁ ବର୍ତିବା ପାଇଁ ସେମାନଙ୍କୁ ସୁସ୍ଥ ଡାଏଟ, ଏକ୍ସରସାଇଜ ଓ ପର୍ୟ୍ୟାପ୍ତ ମାତ୍ରାରେ ଶୋଇବା ପାଇଁ ପରାମର୍ଶ ଦିଆଯାଏ । ହେଲେ ଆପଣ ଜାଣିଛନ୍ତି କି ଏମିତି ପରିସ୍ଥିତିରେ ମ୍ୟୁଜିକ ଆପଣଙ୍କ ପାଇଁ କେମିତି ଲାଭକାରୀ ସାବ୍ୟସ୍ତ ହୋଇଥାଏ ।
ଏକ୍ସପର୍ଟ କୁହନ୍ତି, ମ୍ୟୁଜିକ ଶୁଣିବା ଦ୍ୱାରା ଏହାର ସୁପ୍ରଭାବ ଶରୀର ଉପରେ ବି ପଡେ । ନିଜର ମାନସିକ ଅବସ୍ଥା ଏବଂ ରକ୍ତ ଚାପ ଏହି ଦୁଇଟିକୁ ଏହା ବାଲାନ୍ସ କରି ରଖିବାରେ ସହାୟକ ହୋଇଥାଏ । ସଂଗୀତର ଧୂନ କାନରେ ପଡିବା ମାତ୍ରେ ଆପଣଙ୍କୁ ଭଲ ଅନୁଭୂତି ଦେଉଥିବା ସେରୋଟୋନିନ ଓ ଏଣ୍ଡୋରୋଫିନ୍ସ ହାର୍ମୋନ ରିଲିଜ ହୋଇଥାଏ । ଫଳରେ ଚାପର ପରିମାଣ କିଛିକାଂଶରେ ହ୍ରାସ ହୋଇଥାଏ ।
ଏହି ବିଷୟରେ ଅନେକ ପ୍ରକାର ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ମ୍ୟୁଜିକ ଥେରାପି ଦ୍ୱାରା ଷ୍ଟ୍ରେସ ଓ ଏନଜାଇଟ ଭଳି ସମସ୍ୟା ଦୂର ହୋଇଥାଏ ।