କଦଳୀ

କଦଳୀ

କଦଳୀ
କଦଳୀ ଆବିଷ୍କାର ଆଠ ହଜାର ବର୍ଷର ପୁରୁଣା । ପୃଥିବୀର ଶହେ ସାତଟି ଦେଶରେ କଦଳୀ ଫଳେ । ସେଓ ଅଙ୍ଗୁର ଭଳି ୱାଇନ କିମ୍ବା ବିଅର ପ୍ରସ୍ତୁତିରେ ମଧ୍ୟ କଦଳୀ ବ୍ୟବହାର କରାଯାଏ । କଦଳୀର ପ୍ରଜାତି ସଂଖ୍ୟା ପାଖାପାଖି ଏକ ହଜାର । କଦଳୀ ସ୍ୱାଭାବିକ ଭାବେ ପରମାଣୁ ବିକିରଣ ପ୍ରତିରୋଧୀ । କଦଳୀରେ ଚାଳିଶ ପ୍ରତିଶତ ପଟାୟିମ ଥାଏ, ଯାହା ପରମାଣୁ ବିକିରଣ ରୋକିବାକୁ ସକ୍ଷମ । କଦଳୀ ଚୋପାରେ ଜୋତା ପଲିସ କରିହେବ । ଚୋପା ଘଷିବା ପରେ ସଫା କପଡ଼ାରେ ଜୋତାକୁ ପୋଛି ଦିଅନ୍ତୁ । କାଗଜ ତିଆରିରେ କଦଳୀ ଗଛକୁ ବ୍ୟବହାର କରାଯାଇପାରେ । ଗହମ, ଧାନ, ମକା ପରେ କଦଳୀ ଉପôାଦନ ବିଶ୍ୱରେ ଅଧିକ । ପ୍ରତିଦିନ ଖିଆଯାଉଥିବା କଦଳୀ ସଂଖ୍ୟା ଅନୁ୍ୟନ ଶହେ କୋଟି । ସର୍ବାଧିକ କଦଳୀ ଖାଉଥିବା ଦେଶ ଉଗାଣ୍ଡା । ସେଠାରେ ବର୍ଷକୁ ଜଣେ ବ୍ୟକ୍ତି ଦୁଇ କ୍ୱିଣ୍ଟାଲରୁ ଅଧିକ ଓଜନର କଦଳୀ ଖାଇଥାଏ ।