ଅବ୍ୟକ୍ତ ସ୍ମୃତିଦିବସ ଉପଲକ୍ଷେ ସ୍ୱତନ୍ତ୍ର ଉପସ୍ଥାପନା
ଅବ୍ୟକ୍ତ ସ୍ମୃତିଦିବସ ଉପଲକ୍ଷେ ସ୍ୱତନ୍ତ୍ର ଉପସ୍ଥାପନା
admin
Jan 18, 2020 - 09:08
Updated: Jan 18, 2020 - 09:08
ପ୍ରଜାପିତା ବ୍ରହ୍ମା ଥିଲେ ଜଣେ ଭବିଷ୍ୟ ଦ୍ରଷ୍ଟା । ତାଙ୍କୁ ଯେତେବେଳେ ୬୦ ବର୍ଷ ବୟସ ହୋଇଥିଲା ଦିନେ ସେ ଅନୁଭବ କଳେ ଯେ କୌଣସି ଅଦୃଶ୍ୟ ଶକ୍ତି ତାଙ୍କୁ ଆକର୍ଷିତ କରିଛି । ସେ ତାଙ୍କ ସମ୍ମୁଖରେ ଚତୁର୍ଭୁଜ ବିଷ୍ଣୁଙ୍କର ସାକ୍ଷାତକାର ଲାଭ କଲେ । ସ୍ୱୟଂ ବିଷ୍ଣୁ ତାଙ୍କୁ ସ୍ପଷ୍ଟ ଭାବରେ କହୁଥିଲେ - ଅହଂ ଚତୁର୍ଭୁଜୋଃସ୍ମି ତତତ୍ୱମ’ ଅର୍ଥାତ ତୁମେ ନିଜ ବାସ୍ତବିକ ସ୍ୱରୂପରେ ନାରାୟଣ ଅଟ । ପରେ ପରେ ତାଙ୍କୁ ଶ୍ରୀକୃଷ୍ଣ, ଜଗନ୍ନାଥ, ବଦି୍ରନାଥ, ଶ୍ରୀନାଥ, ଦ୍ୱାରିକାନାଥ ଆଦିଙ୍କର ସାକ୍ଷାତକାର ହେବା ପୂର୍ବକ ଶୁଣାଗଲା ତତ୍ ତ୍ୱମ୍’ । ପରବର୍ତ୍ତୀ ସମୟରେ ନିଜ ଘରେ ଏକ ସତସଙ୍ଗ ଚାଲିଥିବା ସମୟରେ ହଠାତ୍ ଅଧାରୁ ଉଠି ସେ ନିଜ କୋଠରୀକୁ ଚାଲିଯାଇଥିଲେ ଏବଂ ଧ୍ୟାନମଗ୍ନ ଅବସ୍ଥାରେ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ପରମପିତା ପରମାତ୍ମାଙ୍କର ସାକ୍ଷାତକାର ଲାଭ କଲେ । ଏହି ଜ୍ୟୋତିର୍ବିଦ ଶିବବାବାଙ୍କ ଠାରେ ସେ ସତ୍ୟ, ଶାନ୍ତି, ପବିତ୍ରତା, ଶକ୍ତିର ସ୍ୱରୂପକୁ ପ୍ରତ୍ୟକ୍ଷ କରିଥିଲେ ଏବଂ ବୁଝିଥିଲେ ପ୍ରତ୍ୟେକ ମାନବ ଶରୀର ହେଉଛନ୍ତି ସେହି ପରମପିତା ଜ୍ୟୋତିର୍ବିନ୍ଦୁ ଶିବ ବାବାଙ୍କର ସନ୍ତାନ । ଅର୍ଥାତ ପୈତୃକ ସମ୍ପତ୍ତିର ସନ୍ତାନସନ୍ତତିଙ୍କର ଅଧିକାର ଥିଲା ଭଳି ସମସ୍ତ ମଣିଷଙ୍କ ଭିତରେ ଯେ ସତ୍ୟ, ଶାନ୍ତି ପବିତ୍ରତା, ଶକ୍ତିର ଉତ୍ସ ବିଦ୍ୟମାନ ଏବଂ ଏହାର ଉନ୍ମେଷ ପାଇଁ ସେ ପ୍ରୟାସ କଲେ । ଏବେ ପ୍ରାୟ ୧୦୦ ଦେଶରେ ୮,୫୦୦ ରାଜଯୋଗ କେନ୍ଦ୍ର ଗଢ଼ି ଉଠି ବିଶ୍ୱ ବ୍ୟାପୀ ମଣିଷଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଶାନ୍ତିର ବାର୍ତ୍ତା ପ୍ରେରଣ କରୁଛି ।