ନୂଆ ବର୍ଷ ଆରମ୍ଭରୁ ତିନି ନୂଆ ଯୋଡ଼ି
ନୂଆ ବର୍ଷ ଆରମ୍ଭରୁ ତିନି ନୂଆ ଯୋଡ଼ି
admin
Jan 18, 2020 - 09:20
Updated: Jan 18, 2020 - 09:20
ନୂଆ ବର୍ଷ ଆରମ୍ଭରୁ ଚଳଚ୍ଚିତ୍ର ଇଣ୍ଡଷ୍ଟି୍ରକୁ ମିଳିଛି ତିନି ନୂଆ ଯୋଡ଼ି । ବର୍ଷ ଆରମ୍ଭରୁ ୩ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିଥିବା ବେଳେ ସେଥିରେ ଏହି ଯୋଡ଼ିମାନଙ୍କୁ ଦେଖିବାକୁ ମିଳିଛି । କଳାକାରମାନେ ପୁରୁଣା କିନ୍ତୁ ସେମାନଙ୍କ ଯୋଡ଼ି ନୂଆ । ସମସ୍ତେ ପ୍ରଥମ କରି ବଡ଼ ପରଦାରେ ଏକାଠି ନିଜ ଦକ୍ଷତା ପରିଛନ୍ତି । ଦର୍ଶକ ବି ସେମାନଙ୍କୁ ପସନ୍ଦ କରିବା ସହ ପ୍ରଶଂସାରେ ପୋତି ପକାଇଛନ୍ତି । ପ୍ରଥମ ୧୦ ଜାନୁଆରୀରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ମୁଁ ପରଦେଶୀ ଚଢେ଼ଇ’ । ପୁରୁଣା ଶୀର୍ଷକରେ ନୂଆ କାହାଣୀ ଯୋଡ଼ି ମଇଦାନରେ ଖୁବ ହଇଚଇ କଲେ ନୂଆ ଯୋଡ଼ି ନାୟକ ଅଦେ୍ର୍ଧନ୍ଦୁ ଓ ନାୟିକା ଅନୁଭା । ସେମାନଙ୍କ ଅଭିନୟ ସାଙ୍ଗକୁ ନୃତ୍ୟଶୈଳୀ ସିନେପ୍ରେମୀଙ୍କ ମନ କିଣି ନେଇଛି । ଏହା ପଛକୁ ୧୨ ଜାନୁଆରୀରେ ପରିବାର ସହ ପ୍ରେକ୍ଷାଳୟକୁ ଆସିଲେ ବାୟୋପିକ୍ ବାବୁମାନେ ‘ବାବୁ ଭାଇଜାନ’ । ସତ୍ୟ ଘଟଣା ଉପରେ ଜଣେ ବ୍ୟକ୍ତିଙ୍କ ଜୀବନ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେପ୍ରଥମ ଥର ନଜର ଆସିଲେ ଅରିନ୍ଦମ-ଶିବାନୀ । ଅନେକ ନାୟିକାଙ୍କ ନୟନ ସାଜିଥିବା ଅରିନ୍ଦମ ଶେଷରେ ଶିବାନୀଙ୍କ ନାୟକ ବନିଲେ । ଦର୍ଶକ ବି ଉଭୟଙ୍କୁ ଭଲପାଇବା ଦେବା ସହ ଶିବାନୀଙ୍କ ଅଭିଜ୍ଞତା ସମ୍ପନ୍ନ ଅଭିନୟକୁ ତାରିଫ କରିଛନ୍ତି । ଶେଷରେ ୧୫ ଜାନୁଆରୀରେ ମକର ବସିବାକୁ ଆସିଲେ ଏକ ଯୋଡ଼ି । ଚଳଚ୍ଚିତ୍ର ‘କୁଇନକ୍ଷ ମାଧ୍ୟମରେ ଇଣ୍ଡଷ୍ଟି୍ରକୁ ଡେବୁ୍ୟ ହେଲା ବର୍ଷା-ଜୟଜିତ ଯୋଡ଼ିଙ୍କର । ପୂର୍ବରୁ ଏକ ଗହଣା ବିଜ୍ଞାପନରେ ଏକାଠି ହୋଇ ଟେଲିଭିଜନ ପରଦାରେ ନଜର ଆସିଥିବା ବର୍ଷା-ଜୟଜିତ ପ୍ରେକ୍ଷାଳୟରେ ପୂରା ଚାର ଚାନ୍ଦ ଲଗାଇ ଦେଲେ । ଅଭିନୟ ମାଧ୍ୟମରେ ଦିୱାନା କରିଦେଲେ । ଏହିଭଳି ଭାବେ ବର୍ଷ ଆରମ୍ଭରୁ ନୂଆ ଯୋଡ଼ିଙ୍କୁ ପାଇଥିବା ଓଲିଉଡ଼ ସେମାନଙ୍କ ଠାରୁ ଅଧିକ ଆଶା ରଖିଥିବା ବେଳେ ଆଗକୁ ଆହୁରି କେତେ ଯୋଡ଼ି ଆସୁଛନ୍ତି ତାକୁ ଦେଖିବାକୁ ହେବ ।