ଜିଓ କଲ୍ ଆଉ ମାଗଣା ନୁହେଁ

ଜିଓ କଲ୍ ଆଉ ମାଗଣା ନୁହେଁ

ଜିଓ କଲ୍ ଆଉ ମାଗଣା ନୁହେଁ
ମୁମ୍ବାଇ: ମୁକେଶ ଅମ୍ବାନିଙ୍କ କମ୍ପାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଉଟ୍ଗୋଇଙ୍ଗ କଲ୍ ଉପରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଓ ଗ୍ରାହକମାନେ ଅନ୍ୟ କମ୍ପାନୀର ମୋବାଇଲ ନମ୍ବରକୁ କଲ କଲେ ମିନିଟ୍ ପିଛରା ୬ ପଇସା ଗଣିବେ । ଇଣ୍ଟରକନେକ୍ଟ ୟୁସେନ ଚାର୍ଜ (ଆଇୟୁସି) ବାବଦରେ ଗ୍ରାହକଙ୍କୁ ଏହି ଶୁଳ୍କ ଗଣିବାକୁ ପଡ଼ିବ । ଅନ୍ୟ ମୋବାଇଲ କମ୍ପାନୀର ନେଟ୍ୱାର୍କକୁ ବ୍ୟବହାର କରିବା ଲାଗି ଏହି ଶୁଳ୍କ ଦିଆଯାଏ । ତେବେ ଜିଓ ଗ୍ରାହକଙ୍କୁ ଜିଓ ନମ୍ବର ଲ୍ୟାଣ୍ଡଲାଇନ ନମ୍ବର ଏବଂ ହ୍ୱାଟସଆପ୍ ଆଦିରେ ଇଣ୍ଟରନେଟ୍ କରିବା ଲାଗି କୌଣସି ଶୁଳ୍କ ଗଣିବାକୁ ପଡ଼ିବ ନାହିଁ । ପୂର୍ବଭଳି ସେହି କଲ୍ ମାଗଣା ରହିବ । ସମସ୍ତ ଇନ୍କମିଂ କଲ୍ ମାଗଣା ରହିବ ।