ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ଭାରତ

ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ଭାରତ

ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ଭାରତ
ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷରେ ଭାରତ ବିଶ୍ୱର ପଞ୍ଚମ ବୃହତ ଓ ୧୦ ବର୍ଷରେ ତୃତୀୟ ବଡ଼ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ । ଏହା ୨୦୨୫ ସୁଦ୍ଧା ବି୍ରଟେନକୁ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଞ୍ଚିବ । ସେଣ୍ଟର ଫର ଇକୋନୋମିକ୍ସ ଆଣ୍ଡ ବିଜିନେସ ରିସର୍ଚ୍ଚ (ସିଇବିଆର) ପକ୍ଷରୁ ଏଭଳି ଆକଳନ କରାଯାଇଛି । ୨୦୧୯ ରେ ବି୍ରଟେନକୁ ଭାରତ ପଛକୁ ହଟାଇ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା । ମାତ୍ର କିଛି ଦିନ ପରେ ପୁଣି ଷଷ୍ଠ ସ୍ଥାନକୁ ଖସି ଆସିଛି । ପୁଣି ଥରେ ସେହିଭଳି ଚମକ୍ରାର ଦୋହରାଇବା ଲାଗି ଭାରତକୁ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ସିଇବିଆରର ରିପୋର୍ଟରେ କୁହାଯାଇଛି ।