ଜିଡ଼ିପି ଏ ବର୍ଷ ୧୨ ପ୍ରତିଶତ ବଢ଼ିବ

ଜିଡ଼ିପି ଏ ବର୍ଷ ୧୨ ପ୍ରତିଶତ ବଢ଼ିବ

ଜିଡ଼ିପି ଏ ବର୍ଷ ୧୨ ପ୍ରତିଶତ ବଢ଼ିବ
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଜିଡ଼ିପି ଚଳିତ ବର୍ଷ ୨୦୨୧ରେ ୧୨ ପ୍ରତିଶତ ହାରରେ ଆଗକୁ ବଢ଼ିବ । ୨୦୨୦ରେ ଭାରତୀୟ ଅର୍ଥନୀତି ୭.୧ ପ୍ରତିଶତ ସଙ୍କୁଚିତ ହୋଇଥିବାରୁ ଚଳିତ ବର୍ଷ ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ମୁଡ଼ିସ ପକ୍ଷରୁ ଆକଳନ କରାଯାଇଛି । ୨୦୨୦ର ଦ୍ୱିତୀୟ ତ୍ରୟମାସରେ ଭାରତୀୟ ଅର୍ଥନୀତି ୭.୫ ପ୍ରତିଶତ ସଂକୁଚିତ ହୋଇଥିଲେ ମଧ୍ୟ ତୃତୀୟ ତ୍ରୟ ମାସରେ ୦.୪ ପ୍ରତିଶତ ହାରରେ ଆଗକୁ ବଢ଼ିଛି । ଘରୋଇ ଏବଂ ବାହ୍ୟ କଟକଣା ହଟିବା କାରଣରୁ ଅର୍ଥନୀତି ଗତିଶୀଳ ହେଉଛି । ଏଥିଯୋଗ ନିକଟ ଅତୀତରେ ଦେଶର କଳାକାରଖାନା ଗୁଡ଼ିକର ଉପôାଦନରେ ସୁଧାର ଆସିଛି । ତେଣୁ ଚାହିଦାରେ ପୁନରୁଦ୍ଧାର ଆସିବ ବୋଲି ରେଟିଂ ଏଜେନ୍ସି ମୁଡ଼ିସ ପକ୍ଷରୁ କୁହାଯାଇଛି ।