ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ପହଞ୍ଚିବେ ରାଷ୍ଟ୍ରପତି

ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ପହଞ୍ଚିବେ ରାଷ୍ଟ୍ରପତି

 ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ପହଞ୍ଚିବେ ରାଷ୍ଟ୍ରପତି
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନରେ ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବେ । ଏହା ପରେ ରାଷ୍ଟ୍ରପତି ରାଜଭବନ ଯିବେ ଏବଂ ସେଠାରେ ରାତି୍ର ଯାପନ କରିବେ । ୨୧ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବିମାନରେ ଝାରସୁଗୁଡ଼ା ଦେଇ ରାଉରକେଲା ଯିବେ । ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଅପରାହ୍ନରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଭୁବନେଶ୍ୱର ଫେରିବେ । ରାଜଭବନରେ ରାତି୍ର ଯାପନ କରିବେ । ୨୨ ତାରିଖରେ ହେଲିକେପ୍ଟର ଯୋଗେ ପୁରୀ ଯିବେ । ସେଠାରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ସେଠାରୁ କୋଣାର୍କ ଯାଇ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।