୨୪ ଘଣ୍ଟାରେ ରାଜ୍ୟରୁ ୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରୁ ୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରୁ ୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ୨୪ ଘଣ୍ଟା ରାଜ୍ୟରେ ୨୨ ଟି ଜିଲ୍ଲାରୁ ୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ ଜଣକୁ ବଢ଼ିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଅନୁଗୁଳରୁ ଜଣେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୪, ବରଗଡ଼ ୧, ଭଦ୍ରକ ୩, ବଲାଙ୍ଗୀର ୨, କଟକ ୨୬, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡ଼ା ୩, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧, ଖୋର୍ଦ୍ଧା ୧୪, ମୟୂରଭଞ୍ଜ ୧୫, ନବରଙ୍ଗପୁର ୧, ନୂଆପଡ଼ା ୧, ପୁରୀ ୩, ରାୟଗଡ଼ା ୩, ସମ୍ବଲପୁର ୧୦, ସୁନ୍ଦରଗଡ଼ ୧୬ ଓ ଷ୍ଟେଟପୁଲରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୮ ହଜାର ୭୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୫୪ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୫ ହଜାର ୯୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।