ସର୍ବଭାରତୀୟ ଧର୍ମଘଟର ପ୍ରଭାବ : ଗୋଟିଏ ଦିନରେ ୧୪୬୨ କୋଟି ଟଙ୍କା କ୍ଷତି ସହେ ଓଡିଶା

ସର୍ବଭାରତୀୟ ଧର୍ମଘଟର ପ୍ରଭାବ : ଗୋଟିଏ ଦିନରେ ୧୪୬୨ କୋଟି ଟଙ୍କା କ୍ଷତି ସହେ ଓଡିଶା

ସର୍ବଭାରତୀୟ ଧର୍ମଘଟର ପ୍ରଭାବ : ଗୋଟିଏ ଦିନରେ ୧୪୬୨ କୋଟି ଟଙ୍କା  କ୍ଷତି ସହେ ଓଡିଶା
ଭୁବନେଶ୍ୱର : ଶ୍ରମ ବିରୋଧୀ ଆଇନ ପତ୍ୟାହାର, କୃଷକ ବିରୋଧୀ କୃଷି ଆଇନ ପତ୍ୟାହାର, ଦରଦାମ ନିୟନ୍ତ୍ରଣ , ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୃଦୁଢ଼ କରିବା ,ସଂଖ୍ୟା ଲଘୁ ଓ ଦଳିତମାନଙ୍କ ଉପରେ ମିଳିତ ମଂଚ ପକ୍ଷରୁ ସର୍ବଭାରତୀୟ ଡାକରା ଦିଆଯାଇଥିବାବେଳେ ଏହା ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିଥିଲା । ସୂଚନା ଅନୁସାରେ ଗୋଟିଏ ଦିନ ଧର୍ମଘଟରେ ଓଡିଶା ୧୪୬୨ କୋଟି ଟଙ୍କା ହରାଇଥାଏ ।୨୦୧୯-୨୦ ରାଜ୍ୟର ମୋଟ ଘରୋଇ ଉତ୍ପାଦର ମୂଲ୍ୟ ୫ ଲକ୍ଷ ୩୩ହଜାର ୮୨୨ ଟଙ୍କା ଥିଲା ।ଯଦି ଏହାକୁ ଆମେ ଗୋଟିଏ ଦିନ ସହ ଭାଗ କରିବା ୩୬୫ ଦିନରୁ ତାହାହେଲେ ଦୈନିକ ଉତ୍ପାଦର ମୂଲ୍ୟ ୧୪୬୨ କୋଟି ଟଙ୍କା ପଡିବ । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା ଓ କିଛି ସମୟ ଯାନ ବାହନ ଚଳାଚଳ ପ୍ରଭାବିତ ହୋଇଥି ଲା।ଯଦି ଗୋଟିଏ ଦିନ ଧର୍ମଘଟ ସଫଳ ହୁଏ ତେବେ ଭାରତୀୟ ଅର୍ଥନୀତିକୁ କ୍ଷତି ସହିବାକୁ ପଡିଥାଏ ।୨୦୨୦-୨୧ ବଜେଟ ଅନୁସାରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୩୮,୩୫୦ କୋଟି ଟଙ୍କାର ନିଜସ୍ୱ ଟିକସ ଓ ୧୭,୬୫୦ କୋଟି ଟଙ୍କାର ନିଜସ୍ୱ ଅଣ ଟିକସ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଧର୍ମଘଟ ପ୍ରଭାବରେ ଗୋଟିଏ ଦିନ ରେ ରାଜ୍ୟ ସରକାର ୧୦୫ କୋଟି ଟଙ୍କା ନିଜସ୍ୱ ଟିକସ ଏବଂ ୪୮.୩୫ କୋଟି ଟଙ୍କାର ନିଜସ୍ୱ ଅଣ ଟିକସ ହରାଇଥାନ୍ତି ।