ପିଲା ପଢ଼ିବେ ସାଇବର ପାଠ

ପିଲା ପଢ଼ିବେ ସାଇବର ପାଠ

ପିଲା ପଢ଼ିବେ ସାଇବର ପାଠ
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସ୍ତରରେ ସାଇବର ସୁରକ୍ଷା ସଚେତନତା ପାଠ ପଢ଼ାଯିବ । ସ୍କୁଲରୁ ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ସଚେତନତା ପାଠ ପଢ଼ିପାରିବେ । ସେ ନେଇ କେନ୍ଦ୍ର ସରକାର ପ୍ରକି୍ରୟା ଆରମ୍ଭ କରିଛନ୍ତି । ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ଏହା ରହିବ । ଏହାର ବିସ୍ତୃତ ପାଠ୍ୟକ୍ରମ ଉଚ୍ଚଶିକ୍ଷା ଓ ଆଇଆଇଟିରେ ପଢ଼ାଯିବ । କେବଳ ବିଶ୍ୱବିଦ୍ୟାଳୟ ନୁହେଁ, ଏହା ଅଧୀନତରେ ଥିବା ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବି କିଭଳି ସାଇବର ସଚେତନ ବିଷୟ ପଢ଼ାଯିବ ନେଇ ନେଇ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି । ‘ସାଇବର ସ୍ପେସ’ ହେଉଛି ଇନଫରମେସନ ଆଣ୍ଡ କମୁ୍ୟନିକେସନ ଟେକ୍ନୋଲୋଜି (ଆଇସିଟି) ଉପକରଣ । ନେଟୱାର୍କ ସହାୟତାରେ ଚାଲୁଥିବା ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ‘ସଫ୍ଟ ୱେର ଓ ସର୍ଭିସ’ର ଏକ ଜଟିଳ ବାତାବରଣ ।