ହାଇକୋର୍ଟରେ କ୍ରାଇମବ୍ରାଞ୍ଚର ସତ୍ୟପାଠ, ଆଦିତ୍ୟ ମୃତୁ୍ୟ ଆତ୍ମହତ୍ୟା ଲାଗୁଛି
ହାଇକୋର୍ଟରେ କ୍ରାଇମବ୍ରାଞ୍ଚର ସତ୍ୟପାଠ, ଆଦିତ୍ୟ ମୃତୁ୍ୟ ଆତ୍ମହତ୍ୟା ଲାଗୁଛି
admin
Nov 27, 2020 - 10:09
Updated: Nov 27, 2020 - 10:09
କଟକ: ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳି ପାରିନାହିଁ । ଏହା ଏକ ଆତ୍ମହତ୍ୟା ଘଟଣା ଭଳି ମନେ ହେଉଛି । ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏଭଳି ଉଲ୍ଲେଖ କରାଯାଇଚି । କ୍ରାଇମବ୍ରାଞ୍ଚ ଇନ୍ସିପେକ୍ଟର ଡି.ପି ଦାଶଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ତଦନ୍ତ ବେଳେ ଏକ ସୁଇସାଇଡ ନୋଟ ଜବତ କରାଯାଇଥିଲା । ଏହାକୁ ହାଣ୍ଡ ରାଇଟିଂ ବୁ୍ୟରୋକୁ ଯାଞ୍ଚ ପାଇଁ ପଠାଯାଇଥିଲା । ଜୁଲାଇ ୨୧ରେ ମିଳିଥିବା ଏ ସମ୍ପର୍କିତ ରିପୋର୍ଟରୁ ଏହି ନୋଟ ଆଦିତ୍ୟ ଲେଖିଥିବା ଜଣାପଡୁଛି । ଏହା ସହ ନୋଟ ଉପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ମନସ୍ତତ୍ୱ ବିଭାଗ ମୁଖ୍ୟ ଓ ଅଧ୍ୟକ୍ଷ, କାଉନସିଲ ଅଫ ଡିନ୍ସଙ୍କ ନିକଟରୁ ମଧ୍ୟ ମତାମତ ଲୋଡା ଯାଇଥିଲା । ଅଗଷ୍ଟ ୧୦ରେ ମନସ୍ତତ୍ୱବିତ ପ୍ରଦାନ କରି୍ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ସୁଇସାଇଡ ନୋଟ ଲେଖିବା ବେଳେ କୌଣସି ବଳପ୍ରଯୋଗ କରାଯାଇନଥିଲା । ଏଥି ସହିତ ଗଭୀର ଅବସାଦ ଯୋଗୁଁ ଆତ୍ମହତ୍ୟା କରିଥିବା ସପକ୍ଷରେ ରିପୋର୍ଟରେ ମତ ରହିଥିଲା । ଏ ପର୍ଯ୍ୟନ୍ତ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଲାଗୁଛି । ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି । ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏ ପର୍ଯ୍ୟନ୍ତ ଚୂଡାନ୍ତ ଫର୍ମ ଦାଖଲ କରିନାହାନ୍ତି । ଏଭଳି ସ୍ଥିତିରେ ସିବିଆଇ ବା ଅନ୍ୟ କୌଣସି ଏଜେନ୍ସିକୁ ତଦନ୍ତ ହସ୍ତାନ୍ତର ପାଇଁ ଆବେଦନକାରୀ କରିଥିବା ପ୍ରାର୍ଥନା ଅନାବଶ୍ୟକ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଚି ।