ନବୀନଙ୍କ ଶ୍ରୀମନ୍ଦିର କ୍ଷୟକ୍ଷତି ସମୀକ୍ଷା

ନବୀନଙ୍କ ଶ୍ରୀମନ୍ଦିର କ୍ଷୟକ୍ଷତି ସମୀକ୍ଷା

ନବୀନଙ୍କ ଶ୍ରୀମନ୍ଦିର କ୍ଷୟକ୍ଷତି ସମୀକ୍ଷା
ପୁରୀ : ବାତ୍ୟା ଫୋନିରେ ଶ୍ରୀମନ୍ଦିର ପ୍ରାୟ ଅତ୍ୟଧିକ କ୍ଷତି ହୋଇଥିବା ଜଣା ଯାଇଛି । ବାତ୍ୟାରେ ଶ୍ରୀମନ୍ଦିର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଚର୍ତୁପାଶ୍ୱ ବୁଲି ପରିସ୍ଥିତି ଦେଖିଛନ୍ତି । ଶ୍ରୀମନ୍ଦିର ବୁଲିବା ସହ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ମଧ୍ୟ ଦେଖିଛନ୍ତି । ଶ୍ରୀମନ୍ଦିର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକି୍ରୟା ଦେଇ କହିଛନ୍ତି ଯେ ବାତ୍ୟା ପରେ ଶ୍ରୀମନ୍ଦିର ସ୍ଥିତି ଦେଖିବାକୁ ଆସିଥିଲି । କ୍ଷୟକ୍ଷତି ନେଇ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ଜୁନ ୧୭ ସୁଦ୍ଧା ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସାରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବାତ୍ୟାରେ ଭାଙ୍ଗି ଯାଇଥିବା ଜୟବିଜୟ ମୂର୍ତି ପୁନଃନିର୍ମାଣ କରାଯିବ । ଭାଙ୍ଗିଯାଇଥିବା ୨ଟି ସିଂହମୂର୍ତି ନିମାର୍ଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ସହିତ ଗୁଣ୍ଡିଚା ମନ୍ଦିରର କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।