ତାୱା ମସରୁମ

ତାୱା ମସରୁମ

ତାୱା ମସରୁମ
ତାୱା ମସରୁମ ସାମଗ୍ରୀ: କଟା ମସରୁମ :୨ କପ କଟାପିଆଜ: ୧/୩ କପ କଟା ଟମାଟୋ:୧ କପ କ୍ୟାପସିକମ: ୧/୨ ଚାମଚ ଅଦା ,ରସୁଣ ବଟା :୧/୨ ଚାମଚ ବଟର: ୨ ଚାମଚ ଯୁଆଣି: ୧/୪ ଚାମଚ ଜିରା: ୧/୪ ଚାମଚ ହଳଦୀ ଗୁଣ୍ଡ: ୧/୪ ଚାମଚ ଧନିଆ ଗୁଣ୍ଡ: ୧/୨ ଚାମଚ ଲଙ୍କାଗୁଣ୍ଡ:୧/୨ ଚାମଚ ପାୱଭାଜି ମସଲା: ୧ ଚାମଚ କସୁରି ମେଥି: ୧/୪ ଚାମଚ ଧନିଆ ପତ୍ର: ୨ ଚାମଚ ଲୁଣ ପ୍ରୟୋଜନ ଅନୁସାରେ ପ୍ରଣାଳୀ: ପ୍ରଥମେ ଗ୍ୟାସରେ ତାୱା ବସାଇ ସେଥିରେ ବଟର ଦିଅନ୍ତୁ । ତାପରେ ଯୁଆଣି ଓ ଜିରା ପକାଇ ଭାଜନ୍ତୁ । ସେଗୁଡିକ ଭାଜି ହେଲା ପରେ କଟାପିଆଜ ପକାଇ ହାଲକା ଲାଲ ହେବା ଯାଏ ଭାଜନ୍ତୁ । ପିଆଜ ଲାଲ ହେବା ଯାଏ ଭାଜନ୍ତୁ । ପିଆଜ ଲାଲ ହେଲା ପରେ ଅଦା ରସୁଣ ବଟା ପକାଇ କିଛି ସମୟ କଷନ୍ତୁ । ମସଲା କଷି ହୋଇଗଲା ପରେ ସେଥିରେ କଟା କଂଚାଲଙ୍କା ଓ ଟମାଟୋ ପକାଇ ଗୋଳାଇ ଦିଅନ୍ତୁ । ତାପରେ କ୍ୟାପସିକମ ପକାଇ ଅଳ୍ପ ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ପାୱଭାଜି ମସଲା ଓ ଗରମ ମସଲା ପକାଇ ଭଲ ଭାବେ କଷନ୍ତୁ । ମସଲା କଷି ହୋଇଗଲା ପରେ ମସରୁମ ପକାଇ ଗୋଳାଇ ଦିଅନ୍ତୁ । ତାପରେ ଲୁଣ ଓ ପାଣି ଦେଇ କିଛି ସମୟ ଗୋଳାଇ ସାରିଲା ପରେ ଢାଙ୍କୁଣୀ ଘୋଡାଇ ମସରୁମରୁ ପାଣି ଛାଡିବା ଯାଏ ଫୁଟାବାକୁ ଛାଡିଦିଅନ୍ତୁ । ପାଣି ଛାଡଗଲା ପରେ ଧନିଆ ପତ୍ର ଓ କସୁରି ମେଥି ପକାଇ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଅନ୍ୟ ଏକ ପାତ୍ରକୁ କାଢି ରୁଟି ସହିତ ଗରମ ଗରମ ନିଜେ ଖଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।