ଏହି ପ୍ରଣାଳୀରେ ପ୍ରସ୍ତୁତ କରନ୍ତୁ ମେଥିଶାଗ କଞ୍ଚା କଦଳୀ ଫ୍ରାଏ

ଏହି ପ୍ରଣାଳୀରେ ପ୍ରସ୍ତୁତ କରନ୍ତୁ ମେଥିଶାଗ କଞ୍ଚା କଦଳୀ ଫ୍ରାଏ

ଏହି ପ୍ରଣାଳୀରେ ପ୍ରସ୍ତୁତ କରନ୍ତୁ ମେଥିଶାଗ କଞ୍ଚା କଦଳୀ ଫ୍ରାଏ
ସୋରିଷ: ୧ ଚାମଚ, ହେଙ୍ଗୁ: ଚିମୁଟାଏ, ଲଙ୍କାଗୁଣ୍ଡ: ୧/୨ ଚାମଚ, ହଳଦୀ ଗୁଣ୍ଡ: ୧/୨ ଚାମଚ, ଧନିଆ ଗୁଣ୍ଡ: ୧ ଚାମଚ, ଚିନି: ୧/୨ ଚାମଚ, ଲୁଣ ପ୍ରୟୋଜନ ଅନୁସାରେ, ଆବଶ୍ୟକ ଅନୁଯାୟୀ ତେଲ । ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀକୁ ପ୍ରେସର୍କୁକର୍ରେ ଚାରିଟି ହୁଇସିଲ୍ ହେବା ପର୍ଯ୍ୟନ୍ତ ସିଝାନ୍ତୁ । ତା’ପରେ କୁକର୍ରୁ କଦଳୀଗୁଡ଼ିକ ଏକ ପାତ୍ରରେ କାଢ଼ି ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ । କଦଳୀ ଥଣ୍ଡା ହୋଇଯିବା ପରେ ଚୋପା ଛଡ଼ାଇ ସମାନ ଆକାରର ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ମେଥି ଶାଗକୁ ଭଲ ଭାବେ ଧୋଇ କାଟି ରଖନ୍ତୁ । ଗ୍ୟାସ୍ରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ ସୋରିଷ ଓ ହେଙ୍ଗୁ ପକାନ୍ତୁ । ସୋରିଷ ଫୁଟି ଆସିଲେ କଟା ମେଥି ଶାଗକୁ ପକାଇ ମଧ୍ୟମ ଆଞ୍ଚରେ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚିନି ଓ ଲୁଣ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ମେଥିଶାଗ ଟିକେ ଜରି ଆସିଲେ ସେଥିରେ ସିଝା କଦଳୀକୁ ପକାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । କଦଳୀ ଭଲ ଭାବେ ଭାଜି ହୋଇଗଲା ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ତା’ ପରେ ଗୋଟିଏ ପାତ୍ରକୁ କାଢ଼ିଦିଅନ୍ତୁ । ଭାତ କିମ୍ବା ରୁଟି ସହିତ ଗରମ ଗରମ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।