ପୁଅ ପାଇଁ ଲବି କରୁଛନ୍ତି ରିପୁନାଥ!

ପୁଅ ପାଇଁ ଲବି କରୁଛନ୍ତି ରିପୁନାଥ!

ପୁଅ ପାଇଁ ଲବି କରୁଛନ୍ତି ରିପୁନାଥ!
ବିଜେପୁର: ଯେକୌଣସି ସମୟରେ ଘୋଷଣା ହୋଇପାରେ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଏହାକୁ ଆଖି ଆଗରେ ରଖି ପ୍ରାୟ ସବୁ ଦଳରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଥିବା କୁହାଯାଇଛି । କଂଗ୍ରେସ ଟିକେଟ ଦୌଡ଼ରେ ରିପୁନାଥ ଆଗରେ ଥିବା କୁହାଯାଉଛି । ତେବେ ରିପୁନାଥ ବାରବାର ହାରିବା ପରେ ଆଉ ନିଜେ ପ୍ରାର୍ଥୀ ନହୋଇ ନିଜ ପୁଆ କ୍ୟାରିୟର ଗଢିବା ପାଇଁ ଯୋଜନା କରୁଛନ୍ତି । କାରଣ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ସେ ଆଜି ମୁହଁ ଖୋଲିଛନ୍ତି । ତେବେ ସେ ନିଜ ପାଇଁ ନୁହେଁ ବରଂ ପରୋକ୍ଷରେ ନିଜ ପୁଅ ପାଇଁ ଲବି କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ହେବ ତାହା ଦଳପତି ନିଷ୍ପତ୍ତି ଗ୍ରହଣ କରିବେ । ମୁଁ ଗତ ଥର କେଉଁ ପରିସ୍ଥିତିରେ ଲଢିଥିଲି ତାହା ସମସ୍ତେ ଜାଣନ୍ତି । ଏଥର ମୋ ଠାରୁ ଭଲ ପ୍ରାର୍ଥୀ ପାଇଲେ ଦଳପତି ତାଙ୍କୁ ପ୍ରାର୍ଥୀ କରିପାରନ୍ତି । ତେବେ ପୁଅ ପାଇଁ ମୁଁ କହିନି । କିନ୍ତୁ ଲୋକେ କହୁଛନ୍ତି ବାପାକୁ ନହେଲେ ପୁଅ ଦିଅ । ମୁଁ କଂଗ୍ରେସ ଲୋକ । ଟିକେଟ ଦେଲେ ବି ରହିବି ନଦେଲେ ବି ଦଳରେ ରହିବି ବୋଲି ରିପୁନାଥ କହିଛନ୍ତି ।