ଆଶୀର୍ବାଦ କୋର୍ଟଚାଲାଣ

ଆଶୀର୍ବାଦ କୋର୍ଟଚାଲାଣ

ଆଶୀର୍ବାଦ କୋର୍ଟଚାଲାଣ
ଭୁବନେଶ୍ୱର: ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କୋର୍ଟଚାଲାଣ କରାଯାଇଛି । ସିବିଆଇ ତାଙ୍କୁ କୋର୍ଟକୁ ନେଇଥିବା ଜଣାଯାଇଛି । ସିବିଆଇ ମୁଖ୍ୟାଳୟରୁ ତାଙ୍କୁ କୋର୍ଟ ନିଆଯାଇଛି । ମେଡିକାଲ ଟେଷ୍ଟ ପରେ ଶ୍ରୀ ବେହେରାଙ୍କୁ କୋର୍ଟକୁ ନିଆଯାଇଛି । ପ୍ରକାଶ ଯେ, ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇର ଏକ ବଡ଼ ଟିମ ଆଶୀର୍ବାଦଙ୍କ ଘର ଉପରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଛି । ସେହିପରି ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ନିକଟରେ ସିବିଆଇ ଉଭୟ ଆଶୀର୍ବାଦ ଓ କମଳାକାନ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ମିଳିଥିବା ସୂଚନାନୁଯାୟୀ, ୨୦୧୧ରେ ଓସିଏ ଅର୍ଥତତ୍ୱ ଠାରୁ ବିଜ୍ଞାପନ ବାବଦରେ ୧ କୋଟି ଟଙ୍କା ନେଇଥିଲା । ଉକ୍ତ ଟଙ୍କା ଓଡ଼ିଶା କି୍ରକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ ଓ ତକôାଳୀନ କୋଚ ମାଇକେଲ ବେଭାନଙ୍କ ପାଇଁ ଖର୍ଚ୍ଚ ହୋଇଥିଲା । ସେହିପରି ଓପିଏଲରେ ଅନୁଗୁଳ ଟସ୍କର୍ସ, ବାଲେଶ୍ୱର ବାଘାସ, ପୁରୀ ଏମ୍ପାରର୍ସ ଓ ଭୁବନେଶ୍ୱର ଜାଗୁଆରସ ଟିମ ଅଂଶଗ୍ରହଣ କରିଥିବାବେଳେ ଏଥିରେ ଅର୍ଥତତ୍ୱର ଟଙ୍କା ଲାଗିଥିଲା । ଏତଦବ୍ୟତୀତ ଓପିଏଲର ମଧ୍ୟ ଏଟି ପ୍ରାୟୋଜକ ରହିଥିଲା । ଅପରପକ୍ଷରେ ଏନେଇ ଆଶୀର୍ବାଦ କହିଛନ୍ତିଯେ, ତାଙ୍କ ଗିରଫଦାରୀ ପଛରେ ରହସ୍ୟ ରହିଛି । ତାଙ୍କୁ ୧୨ ବର୍ଷ ପରେ କାହିଁକି ଗିରଫ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କ ପୁଅ ସଂଜୟ ବେହେରା ବାପାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ।