ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
admin
Dec 24, 2019 - 07:36
Updated: Dec 24, 2019 - 07:36
ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗର ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ଜାନୁଆରୀ ୧ ତାରିଖ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଅନୁପାଳନ, ମୁଖ୍ୟ ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ବ, ହଇରାଣ, ହରକତ ତଥା ଅସାଧୁ ଉପାୟ ଅବଲମ୍ବନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଯଥା ସମୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।
ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ହିତାଧିକାରୀ/କର୍ମଚାରୀ ଯେପରି ନିଜର ପଦୋନ୍ନତି ପାଇଁ ଏଠୁ ସେଠିକି ନ ଧାଇଁବେ, ସେଥିପ୍ରତି ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳ ଅଣାଯିବା ପାଇଁ ପରାମର୍ଶ ଦେବା ସହିତ ଅହେତୁକ ବିଳମ୍ବ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫ଟି ର ଗୁରୁତ୍ୱପୂଣ୍ଣ ଅଂଶୀଦାର ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ଏଚଆରଏମଏସ୍ ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଥିବାରୁ ଆବଶ୍ୟକ ସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଠିକ୍ ସମୟରେ ପଦୋନ୍ନତି ଦିଆଗଲେ ଟିମ୍ ୱାର୍କ ପାଇଁ କର୍ମଚାରୀ ଉତ୍ପାଦିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।