ମୋବାଇଲ ପାଇଁ ଗଲା ଜୀବନ

ମୋବାଇଲ ପାଇଁ ଗଲା ଜୀବନ

ମୋବାଇଲ ପାଇଁ ଗଲା ଜୀବନ
ବାସୁଦେବପୁର : ପରିବାର ଲୋକେ ମୋବାଇଲ୍ ଦେଖିବାକୁ ବାରଣ କରିବାରୁ ଜଣେ ନାବାଳକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପୁରୁଷୋତ୍ତମପୁର ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ପୁରୁଷୋତ୍ତମପୁର ଗ୍ରାମର ବସନ୍ତ ନାୟକଙ୍କ ପୁଅ ଦେବଙ୍କର (୧୩) ସ୍ଥାନୀୟ ଭେଡା ସହଯୋଗୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି । ସୋମବାର ଘରେ ଦେବଙ୍କର ପାଠ ନ ପଢ଼ି ଦୀର୍ଘ ସମୟ ମୋବାଇଲ୍ ଦେଖିବାବେଳେ ତାଙ୍କ ମାଆ ବାରଣ କରିବା ସହ ତାଗିଦ୍ କରିଥିଲେ । ପରେ ମାଆ ଘର କାମରେ ବ୍ୟସ୍ତ ଥିବା ବେଳେ ଦେବଙ୍କର ଘର ସିଡି ପାହାଚ ତଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପରେ ଦେବଙ୍କରଙ୍କ ମାଆ ଖୋଜାଖୋଜି କରିବା ବେଳେ ପୁଅକୁ ସିଡି ତଳେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ହତବାକ୍ ହୋଇ ମାଆ ପାଖ ପଡୋଶୀଙ୍କୁ ଡାକ ପକାଇବା ସହ ପୁଅକୁ ସଙ୍ଗେ ସଙ୍ଗେ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଦେବଙ୍କରଙ୍କୁ ମୃତ ଘୋଷଣା କରିଥିଲେ ।