ଡବଲ ଇଞ୍ଜିନ ହୋଇଗଲା:ଦାମ

ଡବଲ ଇଞ୍ଜିନ ହୋଇଗଲା:ଦାମ

ଭୁବନେଶ୍ୱର: ନିର୍ବାଚନ ବେଳେ ବିଜେପି ଡବଲ ଇଞ୍ଜିନ ସରକାର କଥା କହୁଥିଲା । କିନ୍ତୁ ନିର୍ବାଚନରେ ବିଜେପି ସେଭଳି ସଫଳତା ପାଇ ନଥିଲେ ମଧ୍ୟ ଏବେ ଡବଲ ଇଞ୍ଜିନ ହୋଇଗଲା ବୋଲି ବରିଷ୍ଠ ବିଜେପି ନେତା ଡାକ୍ଟର ଦାମୋଦର ରାଉତ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଜଣେ ଭଲ ଲୋକ, ତାଙ୍କର ଦକ୍ଷତା ରହିଛି । ଦିଲ୍ଲୀରେ ତାଙ୍କର ବେଶ ଦବଦବା ଅଛି । ବିଜେପି ଭଳି ବିଜେଡିରେ ତାଙ୍କର ମଧ୍ୟ ଭଲ ସଂପର୍କ ରହିଥିଲା । ତେଣୁ ନବୀନ ପଟ୍ଟନାୟକ ସମର୍ଥନ ଦେଇଛନ୍ତି । ଫଳରେ ଓଡିଶାରେ ଡବଲ ଇଞ୍ଜିନ ହୋଇଗଲା ବୋଲି ଦାମ କହିଛନ୍ତି । ଅନ୍ୟପକ୍ଷରେ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଶ୍ୱିନୀ ବୈଷ୍ଣବକୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ସମର୍ଥନ କରିଛି । କେଉଁ ପରିପେକ୍ଷୀରେ ଉଭୟଙ୍କ ମଧ୍ୟରେ ଏହି ସଂପର୍କ ଗଢି ଉଢିଛି ତାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ମତ ପୋଷଣ ପାଇଛି । ଅପରପକ୍ଷରେ ଏହି ମୌକାରେ କଂଗ୍ରେସ କିନ୍ତୁ ଉଭୟ ଦଳକୁ ଟାର୍ଗେଟ କରିଛି । ବିଜେଡି ଓ ବିଜେପି ଉପରେ ଉପରେ କଳି ଦେଖାଉ ଥିଲେ ମଧ୍ୟ ଭିତରେ ଭିତରେ କୋଳାକୋଳି ବୋଲି ଆଜି ପ୍ରମାଣିତ ହୋଇ ଯାଇଛି । ବିଜେପିକୁ ସିଟ୍ ଛାଡିବା ପଛରେ କଣ ଡିଲ୍ ରହିଛି ବୋଲି କଂଗ୍ରେସ ପ୍ରଶ୍ନ ପଚାରିଛି ।