ଗଠନ ହେଲା ବିଜେଡିର ଇସ୍ତାହାର କମିଟି

ଗଠନ ହେଲା ବିଜେଡିର ଇସ୍ତାହାର କମିଟି

ଗଠନ ହେଲା ବିଜେଡିର ଇସ୍ତାହାର କମିଟି
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଇସ୍ତାହାର କମିଟି ଗଠନ କରାଯାଇଛି । ବିଜେଡିର ଇସ୍ତାହାର କମିଟି ସମ୍ପର୍କରେ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଇସ୍ତାହାର କମିଟିର ଅଧ୍ୟକ୍ଷଭାବେ ବେଦପ୍ରକାଶ ଅଗ୍ରୱାଲ ନିଯୁକ୍ତ ହୋଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ସହ-ଅଧ୍ୟକ୍ଷ ଅଛନ୍ତି । ସେହିପରି କମିଟିରେ ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଅଚୁ୍ୟତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାଶବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝୀ, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ ଓ ରବି ନନ୍ଦ ପ୍ରମୁଖ ଉକ୍ତ କମିଟିରେ ଅଛନ୍ତି । ସେହିପରି ଯୁବ, ଛାତ୍ର, ଆଇଟି ୱିଙ୍ଗ ମୁଖ୍ୟ, କିଛି ଚାଷୀ ନେତା ଓ ସ୍ୱୟଂ ସହାୟିକା ଗୋଷ୍ଠୀର ନେତ୍ରୀ ମଧ୍ୟ ଉକ୍ତ କମିଟିରେ ସାମିଲ ହୋଇଛନ୍ତି ।