ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ : କଂଗ୍ରେସ

ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ : କଂଗ୍ରେସ

ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ : କଂଗ୍ରେସ
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସର ନିଷ୍କି୍ରୟତା ଓ ପକ୍ଷପାତିତା ପୁଣି ଥରେ ପଦାରେ ପଡିଛି । ଏହି ଘଟଣାରେ ସିଧାସଳଖ ଭାବରେ ଏତଲାରେ ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଥିବାବେଳେ ପୁଲିସ ସପ୍ତାହେ ହେଲାଣି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି । ଏଥିସହିତ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ମନ୍ତ୍ରୀ ପୁଲିସ ଉପରେ ଚାପ ପକାଇବାରେ ସଫଳ ହୋଇଥାନ୍ତୁ ନତୁବା ପୁଲିସ ମନ୍ତ୍ରୀଙ୍କୁ ଡରି ତଦନ୍ତ ପରିସରଭୁକ୍ତ କରୁନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଯେହେତୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଏତଲାରେ ମାହାଙ୍ଗା ପୁଲିସ ଅଭିଯୁକ୍ତ ଭାବରେ ଦର୍ଶାଇଛି, ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।