ପ୍ରତ୍ୟେକ ଜିଲ୍ଲା ପାଇଁ ପିସିସି ପର୍ୟ୍ୟବେକ୍ଷକ ନିଯୁକ୍ତ,ଜାଣନ୍ତୁ କିଏ
ପ୍ରତ୍ୟେକ ଜିଲ୍ଲା ପାଇଁ ପିସିସି ପର୍ୟ୍ୟବେକ୍ଷକ ନିଯୁକ୍ତ,ଜାଣନ୍ତୁ କିଏ
admin
Dec 11, 2020 - 14:40
Updated: Dec 11, 2020 - 14:40
ଭୁବନେଶ୍ୱର : ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରି୍ରୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ୟ୍ୟବେକ୍ଷକ ମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି । ଏହି ପର୍ୟ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ । ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ୟ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦ ମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ । ପର୍ୟ୍ୟବେକ୍ଷକ ମାନେ ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମୟ ଧାର୍ୟ୍ୟ କରିଛନ୍ତି ।
ଅନୁଗୋଳ-ପ୍ରକାଶ ଚନ୍ଦ୍ର ଦେବତା
ବାଲେଶ୍ୱର- ବିଧାୟକ ତାରା ପ୍ରସାଦ ବାହିନୀପତି
ବରଗଡ଼ - ରାଜକିଶୋର ଶଡ଼ଙ୍ଗୀ
ଭଦ୍ରକ- ଉମାବଲ୍ଲଭ ରଥ
ଭୁବନେଶ୍ୱର- ଗଣେଶ୍ୱର ବେହେରା
ବଲାଙ୍ଗୀର- ସତ୍ୟଭୂଷଣ ସାହୁ
ବୌଦ୍ଧ- ଡ. ହମିଦ ହୁସେନ
କଟକ- ସଂଗ୍ରାମ କେଶରୀ ଜେନା
କଟକ ନଗର- ଡ.ଦେବାଶିଷ ପଟ୍ଟନାୟକ
ଦେଓଗଡ଼- ସସ୍ମିତା ବେହେରା
ଢେ଼ଙ୍କାନାଳ- ରଜତ ଚୌଧୁରୀ
ଆସ୍କା ସଂସଦୀୟ କ୍ଷେତ୍ର- ସପ୍ତଗିରୀ ଉଲ୍ଲାକା
ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର - ଅକ୍ଷୟ କୁମାର ଆଚାର୍ୟ୍ୟ
ଗଜପତି- ଶୁଭେନ୍ଦୁ ମହାନ୍ତି
ଜଗତସିଂହପୁର- ଭୁଜବଳ ମାଝୀ
ଯାଜପୁର- ଜ୍ଞାନଦେବ ବେଉରା
ଝାରସୁଗୁଡ଼ା- ଦୁଲାଲ ପ୍ରଧାନ
କଳାହାଣ୍ଡି- ସମରେନ୍ଦ୍ର ମିଶ୍ର
କନ୍ଧମାଳ- ବିସ୍ମୟ ମହାପାତ୍ର
କେନ୍ଦ୍ରାପଡ଼ା- ପଂଚାନନ କାନୁନଗୋ
କେନ୍ଦୁଝର- ଡ. ପ୍ରଫୁଲ ମାଝୀ
ଖୋର୍ଦ୍ଧା- ସୁରେଶ ମହାପାତ୍ର
କୋରାପୁଟ- ଅଧିରାଜ ମୋହନ ପାଣିଗ୍ରାହୀ
ମୟୁରଭଞ୍ଜ ଜିଲ୍ଲାର ସଦର ଓ ଉଦଳା ସବ୍-ଡିଭିଜନ- ସୁଦର୍ଶନ ଦାସ
ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବ୍-ଡିଭିଜନ- ବିଷ୍ଣୁଚରଣ ବାରିକ
ମାଲକାନଗିରି- ଚନ୍ଦ୍ରଶେଖର ମାଝୀ
ନବରଙ୍ଗପୁର- ପିତବାସ ପଣ୍ଡା
ନୂଆପଡ଼ା- ଚିନ୍ମୟ ସୁନ୍ଦର ଦାସ
ନୟାଗଡ଼- ନିଶିକାନ୍ତ ମିଶ୍ର
ପୁରୀ- ବିଜୟଲକ୍ଷ୍ମୀ ସାହୁ
ରାୟଗଡ଼ା- ବିଧାୟକ ସନ୍ତୋଷ ସିଂ ସାଲୁଜା
ରାଉରକେଲା- ପଦ୍ମାକର ଗୁରୁ
ସମ୍ବଲପୁର- ଆର୍ୟ୍ୟକୁମାର ଜ୍ଞାନେନ୍ଦ୍ର
ସୁବର୍ଣ୍ଣପୁର- ମନୋରଞ୍ଜନ ଦାଶ
ସୁନ୍ଦରଗଡ଼- ଯଜେ୍ଞଶ୍ୱର ବାବୁ