ପିପିଲି ଗଣଦୁଷ୍କର୍ମ ଘଟଣା ମହାରଥୀଙ୍କ ତୁଣ୍ଡ ପଡିଲା ମହଙ୍ଗା

ପିପିଲି ଗଣଦୁଷ୍କର୍ମ ଘଟଣା ମହାରଥୀଙ୍କ ତୁଣ୍ଡ ପଡିଲା ମହଙ୍ଗା

ପିପିଲି ଗଣଦୁଷ୍କର୍ମ ଘଟଣା ମହାରଥୀଙ୍କ ତୁଣ୍ଡ ପଡିଲା ମହଙ୍ଗା
୨୦୧୯ ମସିହାର ପ୍ରଥମ ସପ୍ତାହରେ ମହାରଥୀଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କ ବହିଷ୍କାର ନିର୍ବାଚନୀ ବର୍ଷରେ ବିରୋଧୀ ଦଳଗୁଡ଼ିକ ପାଇଁ ଏକ ବିରାଟ ବିଜୟ ପାଲଟିଥିଲା। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟକୁ ତାତ୍ସଲ୍ୟ କରିବା ଓ ମହିଳାଙ୍କ ପ୍ରତି କଟୂ ମନ୍ତବ୍ୟ ଦେବା ବିଜେଡିର ବରିଷ୍ଠ ନେତା ତଥା କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମହଙ୍ଗା ପଡ଼ିଥିଲା। ବିଜେପି ଓ କଂଗ୍ରେସ ସମେତ ମହିଳା ସଂଗଠନଗୁଡ଼ିକର ସ୍ୱର ଶାଣିତ କରି ମହାରଥୀଙ୍କ ଗିରଫ ଦାବି କରିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହେବାକୁ ପଡ଼ିଥିଲା।