ଅଜୟ ମାକନଙ୍କ ପରାଜୟ ପରେ ଆକ୍ସନ ମୁଡରେ କଂଗ୍ରେସ
ଅଜୟ ମାକନଙ୍କ ପରାଜୟ ପରେ ଆକ୍ସନ ମୁଡରେ କଂଗ୍ରେସ

ହରିୟାଣାରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କ ପରାଜୟ ପରେ ଦଳ ଏକ ବଡ ନିଷ୍ପତ୍ତି ନେଇପାରେ । ଗତକାଲି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଭୋଟ୍ରେ 'କ୍ରସ୍ ଭୋଟିଂ' କରିଥିବା ଅଭିଯୋଗରେ କଂଗ୍ରେସ ଦଳ ଏହାର ବରିଷ୍ଠ ରାଜ୍ୟ ନେତା କୁଲଦୀପ ବିଷ୍ଣୋଇଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।ପାର୍ଟି ସୂତ୍ର ଶନିବାର ଦିନ ଏହି ସୂଚନା ଦେଇଛି । ସୂଚନାନୁସାରେ, କୁଲଦୀପ ବିଷ୍ଣୋଇଙ୍କୁ ପାର୍ଟିର ସମସ୍ତ ପଦବୀରୁ ମୁକ୍ତ କରିବା ସହିତ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇପାରେ । ଏହା ସହିତ ବିଧାନସଭାର ବାଚସ୍ପତିଙ୍କୁ ମଧ୍ୟ ତାଙ୍କର ସଦସ୍ୟତା ରଦ୍ଧ କରିବାକୁ ସୁପାରିସ କରାଯାଇପାରେ । ଦଳ ଏହା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନେବ । ବିଷ୍ଣୋଇ ବର୍ତ୍ତମାନ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଟନ୍ତି ।ଉଲ୍ଲେଖନୀୟ କଥା ହେଉଛି, ହରିୟାଣାରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କ ପରାଜୟ ପରେ ବିଷ୍ଣୋଇ ଟ୍ୱିଟ୍ କରି କହିଛନ୍ତି, "ମୋତେ ଫଣା ଭାଙ୍ଗିବାର କୌଶଳ ଆସେ, ସାପର ଭୟ ଯୋଗୁଁ ଜଙ୍ଗଲ ଛାଡିବା ଦରକାର ନାହିଁ । ଶୁଭ ସକାଳ ।"