ଆଜିର ରାଶିଫଳ ୧୨ ଜାନୁଆରୀ ୨୦୨୦(ରବିବାର)
ଆଜିର ରାଶିଫଳ ୧୨ ଜାନୁଆରୀ ୨୦୨୦(ରବିବାର)
admin
Jan 12, 2020 - 01:19
Updated: Jan 12, 2020 - 01:19
ମେଷ - ଯାନବାହନ ସୁଖ ମିଳିବ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ପ୍ରତିରୋଧ ଏଡ଼ାଇ ଆଗକୁ ବଢ଼ି ପାରିବେ। ମନ ପ୍ରସନ୍ନ ରହିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କୃଷିକ୍ଷେତରୁ ଭଲ ଆୟ ହେବ।
ବୃଷ - ସୌଭାଗ୍ୟଯୁକ୍ତ ଓ ସମ୍ମାନନୀୟ ହେବେ। ଧନଯୁକ୍ତ ହୋଇପାରନ୍ତି। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ। ଧ୍ୟାନ ନିରତ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। କର୍ମକ୍ଷେତ୍ର ଉଳମୟ ହେବ। ବହୁଭାଷୀ ହୋଇପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ।
ମିଥୁନ - ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ। ସହିଷ୍ଣୁ ଭାବେ ମାନ୍ୟତା ପ୍ରାପ୍ତ ହେବେ। ଧୈର୍ୟ୍ୟ ରଖି ପାରିଲେ ସଫଳତା ପାଇବେ। ତ୍ୟାଗଶୀଳ ହେବେ। ନୀତିଜ୍ଞ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି।
କର୍କଟ - ଗୁଣଜ୍ଞ ହୋଇପାରନ୍ତି। ବଳିଷ୍ଠ ହେବେ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାରକ୍ଷମ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଚିନ୍ତା ହ୍ରାସ ପାଇବ। ଧନବାନ୍ ହେବେ।
ସିଂହ - ମିତ୍ରମାନେ ସହଯୋଗ ନ କରି କରଛଡ଼ା ଦେଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କୌଶଳରେ କାର୍ୟ୍ୟ ହାସଲ କରିପାରନ୍ତି। ମିଷ୍ଟଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ।
କନ୍ୟା - ଧର୍ମକାର୍ୟ୍ୟରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରୀତି ଲାଭ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। କାର୍ୟ୍ୟକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ଆରୋଗ୍ୟ ହେବେ।
ତୁଳା - ସରକାରୀ ଧନ ମିଳିବ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ। କୀର୍ତ୍ତିମାନ ହୋଇପାରନ୍ତି। ସାଧନାରେ ସିଦ୍ଧି ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ଉନ୍ନତି ପଥରେ ଆଗକୁ ବଢ଼ିବେ।
ବିଛା - ପାରିବାରିକ ଜୀବନ ସୁଖପ୍ରଦ ହେବ। ସମ୍ମାନଯୁକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। କାର୍ୟ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ। ଭାଗ୍ୟର ପରିବର୍ତ୍ତନ ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ଧନୁ - ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ, ବିଦ୍ବାନ୍ ଓ ଦୟାଳୁ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ।
ମକର - ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି। ସୁଗୁଣ ସମ୍ପନ୍ନ ଓ ସତ୍ୟବାଦୀ ହୋଇପାରନ୍ତି। ମିତ୍ର ଲାଭ ହେବ। କାର୍ୟ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ବନ୍ଧୁ ମେଳରେ ଆନନ୍ଦ ଉତ୍ସବ କରିପାରନ୍ତି। ବିନୀତ ସ୍ବଭାବର ହେବେ।
କୁମ୍ଭ - ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଯଶସ୍ବୀ ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୂଚନା ମିଳୁଛି। ସୁଖ ମିଳିବ। କାର୍ୟ୍ୟ ଫଳପ୍ରସୂ ହେବ। ମନରେ ଅହଂଭାବ ଆସିପାରେ। ଆଶା ଫଳବତୀ ହେବ। ଶୁଭକାର୍ୟ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଚଞ୍ଚଳ ଚେଷ୍ଟିତ ହେବେ।
ମୀନ - ପରୋପକାରୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶ୍ରେଷ୍ଠ ପଦବୀ ମିଳିବ। ନୀତିନିଷ୍ଠ ହେବେ। ପରଚର୍ଚ୍ଚାରେ ମଜ୍ଜି ପାରନ୍ତି। ବୁଦ୍ଧିମାନ୍ ହେବେ। ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। ପୁତ୍ର ସୁଖ ମିିଳିପାରେ।