ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର
ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର
admin
Jan 11, 2020 - 15:19
Updated: Jan 11, 2020 - 15:19
ବେଲପଡା(ମନୋଜ କୁମାର ମିଶ୍ର) - ଆଜି ଶନିବାର ସଂନ୍ଧ୍ୟା ୬ଟା ସମୟ ରେ ମଣ୍ଡଳ ରାଡବହାଲ ଛକ ନିକଟ ରେ ଏକ ଅଜଣା ଗାଡି ଧକ୍କା ରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲେକେ ମୁମୁର୍ଷୁ ଅବସ୍ଥାରେ ବାଇକ ସହ ବାଇକ ଆରୋହୀ କୁ ଉଦ୍ଧାର କରି ବେଲପଡା ଡାକ୍ତରଖାନାରେ କୁ ଆଣି ଭର୍ତି କରିଥିବା ବେଳେ ମୁଣ୍ଡରେ ଗଭିର କ୍ଷତ ରହିଛି ଅବସ୍ଥା ଗୁରୁତର ଥିବାରୁ ତାକୁ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ କୁ ସ୍ତାନାନ୍ତରିତ କରାଯାଇଛି । ଗୁରୁତର ଅହତ ବ୍ୟକ୍ତି ହେଲେ ରାଡବାହାଲ ଗ୍ରାମ ର ତପସ୍ୟା ବାରଲେବଡିଆ(୫୨) । ଦୁର୍ଘଟଣା ଘଟାଇ ଅଜଣା ଗାଡି ଫେରାର ମାରିଛି ।ସ୍ଥାନୀୟ ଲୋକ ଙ୍କ କହିବାମତେ ତପସ୍ୟା ଆଜି ନିଜ ନବନିର୍ମିତ ଘର ର ଛାତ କାମ ଚାଲିଥିଲା ଓ କୈାଣସି କାମରେ ମଣ୍ଡଳ ଗ୍ରାମ କୁ ନିଜ ଟିଭିଏସ ମୋପେଡ ରେ ଆସୁଥିବା ବେଳେ ରାଡବାହାଲ ଛକ ଠାରେ ବୀପରୀତ ଦିଗରୁ ଆସୁଥିବା ଏକ ଚାରିଚକିଆ ଗାଡି ଧକ୍କା ଦେଇଥିଲା ।ଦୁର୍ଘଟଣା ଘଟାଇଥିବା ଗାଡି ଟି ଟ୍ରାକ୍ଟର ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏ ସଂପର୍କ ରେ ଥାନାରେ କୋଣସି ଅଭିଯୋଗ ହୋଇନାହିଁ କିନ୍ତୁ ପୋଲିସ ଘଟଣାର ତଦନ୍ତ କରି ଦୁର୍ଘଟଣାଘଟାଇଥିବା ଗାଡି କୁ ଧରିବା ପାଇଁ ଦାବୀ କରୁଛନ୍ତି ।