ଆଜି ରାଜ୍ୟସଭା ଭୋଟ୍; ୧୬ ସିଟ୍ ଲାଗି କଡ଼ା ପ୍ରତିଦ୍ବନ୍ଦ୍ବିତା
ଆଜି ରାଜ୍ୟସଭା ଭୋଟ୍; ୧୬ ସିଟ୍ ଲାଗି କଡ଼ା ପ୍ରତିଦ୍ବନ୍ଦ୍ବିତା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟରେ ହେବ ରାଜ୍ୟସଭା ନିର୍ବାଚନ । ୧୬ଟି ରାଜ୍ୟସଭା ଆସନ ପାଇଁ ହରିଆଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ୍ ଗ୍ରହଣ ହେବ । ଏଥି ପାଇଁ ଏହି ୪ଟି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହରିଆଣାର ୨, ରାଜସ୍ଥାନର ୪, ମହାରାଷ୍ଟ୍ରର ୬ ଓ କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ଭୋଟ ଗ୍ରହଣ କରାଯିବ । ଘୋଡ଼ାବେପାର ଅଭିଯୋଗ ପାଇଁ ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଆଜିର ଏହି ନିର୍ବାଚନ ପ୍ରକ୍ରିୟା ସମ୍ପର୍ଣ୍ଣ ଭିଡିଓଗ୍ରାଫି ମଧ୍ୟମରେ କରାଯିବ ବୋଲି ସୂଚନା ଦିଆଯାଇଛି ।