୧୬ ବର୍ଷ ପରେ ଗୋବିନ୍ଦ ଦ୍ୱାଦଶୀ ବୁଡ଼

୧୬ ବର୍ଷ ପରେ ଗୋବିନ୍ଦ ଦ୍ୱାଦଶୀ ବୁଡ଼

ଦୀର୍ଘ ୧୬ ବର୍ଷ ପରେ ମଙ୍ଗଳବାର ପଡିଛି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼। ଏହି ଅବସରରେ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ ମାନେ ମଧ୍ୟ ପୁରୀ ମହୋଦଧିରେ ବୁଡ଼ ପକାଇଛନ୍ତି। ଅଞ୍ୟାନକୃତ ପାପ କିମ୍ବା ଅଜଣାତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧୀରେ ବୁଡ ପକାଇବା ପରମ୍ପରା ରହିଛି।  ଦୀର୍ଘ ବର୍ଷ ପରେ ଏହି ବିରଳ ଯୋଗ ପଡୁଥିବାରୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶ୍ରୀମନ୍ଦିର ସମ୍ମୁଖରେ ଆଧ୍ୟାତ୍ମିକ ପରିବେଶରେ ମଠାଧୀଶ ,,ଭକ୍ତ ଶ୍ରଦ୍ଧାଳୁ,,ଶ୍ରୀମନ୍ଦିର ସେବାୟତ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବାହାରି ବେଳାଭୂମି ଯାଇ ପବିତ୍ର ଦିନରେ ବୁଡ ପକାଇଥିଲେ। ଓଲିଉଡ ଅଭିନେତା ସବ୍ୟସାଚୀ ମଧ୍ୟ ଏହି ପବିତ୍ର ଗୋବିନ୍ଦ ଦ୍ୱାଦଶୀରେ ସାମିଲ ହୋଇ ବେଶ୍ ଖୁସି ପ୍ରକଟ କରିଛନ୍ତି। ସେପଟେ  ସୁରକ୍ଷିତ ସ୍ନାନକୁ ଦୃଷ୍ଟିରେ ରଖି ବେଳାଭୂମିରେ ପର୍ଯ୍ୟାପ୍ତ ସଂଖ୍ୟକ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡ ମୁତୟନ ହୋଇଥିଲେ। ତେବେ ଆଗାମୀ ଦିନରେ ହେବାକୁଥିବା ଗୋବିନ୍ଦ ଦ୍ୱାଦଶୀରେ କିଭଳି ଅଧିକରୁ ଅଧିକ ଭକ୍ତମାନେ ସାମିଲ ହୋଇପାରିବେ ସେନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଛତିଶାନିଯୋଗ ମହାନାୟକ।