କରୋନା କବଳରୁ ରକ୍ଷା କରିବ ସେନସର
କରୋନା କବଳରୁ ରକ୍ଷା କରିବ ସେନସର
admin
May 30, 2021 - 05:28
Updated: May 30, 2021 - 05:28
କାର୍ଯ୍ୟାଳୟରେ ଯେ କେବଳ ସଂକ୍ରମଣ ବଢ଼ିବାର ଆଶଙ୍କା ଅଛି ତା ନୁହେଁ । ଆପଣ ବାହାରକୁ କୌଣସି କାମରେ ଯାଇ ଘରକୁ ଫେରୁଥିଲେ, କେତେ ସୁରକ୍ଷିତ ଅଛନ୍ତି, ସେ ବାବଦରେ ଆପଣ ମଧ୍ୟ ଅଜ୍ଞ । ଏଭଳି ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ନିମନ୍ତେ ଜାପାନର ଏକ ନାମା କମ୍ପାନୀ ଅତ୍ୟାଧୁନିକ ସେନସର ତିଆରି କରିଛି । ଏହି ଯନ୍ତ୍ର କେତୋଟି ସ୍ଥାନରେ ଇତି ମଧ୍ୟରେ ପରୀକ୍ଷଣ ହୋଇଥିବାର ପ୍ରକାଶ ।
ସେନସର ସହାୟତାରେ ଘରର କୋଣ, ଅନୁକୋଣ ଦୃଷ୍ଟିରେ ରହିବ । ଘର ହେଉ କିମ୍ବା କାର୍ଯ୍ୟାଳୟ, ପ୍ରବେଶ ପଥରେ ସାନିଟାଇଜର ଟନେଲ ରଖାଯିବ । ଘର ଭିତରକୁ ଯିବା ପୂର୍ବରୁ ଆପଣଙ୍କ ଫେସ ସ୍କାନ କରାଯିବ । ଘରର ସଦସ୍ୟ ହୋଇଥିଲେ ହିଁ ପ୍ରବେଶ କରିପାରିବେ । ଅନ୍ୟ ପାଖେ ଅତିଥିଙ୍କ ସମ୍ପର୍କରେ ଘରର ମୁଖ୍ୟ ସଦସ୍ୟଙ୍କୁ ଫୋନରେ ବାର୍ତ୍ତା ଦିଆଯିବ । ସେମାନଙ୍କ ତରଫରୁ ସବୁଜ ସଙ୍କେତ ମିଳିବା ପରେ ଘର ଭିତରକୁ ଯିବାର ଅନୁମତି ମିଳିବ ।
ଏହି ଭଳି କ୍ଷମତା ସମ୍ପନ୍ନ ସେନସର ସହାୟତାରେ ଘରର ଅନ୍ୟାନ୍ୟ ଉପକରଣ ବିନା ସ୍ପର୍ଶରେ କେବଳ ନିଦେ୍ର୍ଧଶରେ ଚାଲିବ ବୋଲି କମ୍ପାନୀ ମୁଖ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।
ଘର ଭିତରେ ତାପମାତ୍ରା କେତେ ଡିଗ୍ରୀ ରହିବା ଉଚିତ, ସେ ବାବଦରେ ମଧ୍ୟ ଫୋନରେ ବାରମ୍ବାର ବାର୍ତ୍ତା ସେନସର ଜରିଆରେ ମିଳିବ ।