ନୂଆ ଚେହେରାଙ୍କ ବାଜିମାତ୍

ନୂଆ ଚେହେରାଙ୍କ ବାଜିମାତ୍

ନୂଆ ଚେହେରାଙ୍କ ବାଜିମାତ୍
ଭୁବନେଶ୍ୱର : ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଅନେକ ନବାଗତଙ୍କ ପାଇଁ ଖୁସି ଖବର ମିଳିଛି । ମଇଦାନରେ ନୂଆ ହେଲେ ବି ପୁରୁଣା ଓ ହେବିୱେଟଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି । ଆସ୍କା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରମିଳା ବିଷୋୟୀ । ହାଣ୍ଡିଶାଳରୁ ସେ ସିଧା ରାଜନୀତି ମଇଦାନକୁ ଡେଇଁଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ପ୍ରମିଳା ନିଜ ପ୍ରଦର୍ଶନ ବଳରେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜୟି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ପରାଜୟର ବାଟ ଦେଖାଇଛନ୍ତି । ଆଉ ଜଣେ ନବାଗତା ଚନ୍ଦ୍ରଣୀ ମୁର୍ମୁ ମଧ୍ୟ ଚମକାଇ ଦେବାଭଳି ପ୍ରଦର୍ଶନ କରିଛନ୍ତି । ଏହି ବିଜୟ ସହ ସେ ସବୁଠୁ କନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି । କେନ୍ଦୁଝରର ଅନନ୍ତ ନାୟକଙ୍କୁ ସେ ୬୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ରାଜନୀନି ପାଇଁ ଆଇଏଏସ ଚାକିରୀ ଛାଡି ଆସିଥିବା ଅପରାଜିତା ଷଡଙ୍ଗୀ ବିଜେହି ଗଡରେ ପଦ୍ମ ଫୁଟାଇଛନ୍ତି । ଶେଷ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇ ସମ୍ମାନଜନକ ରାଜଧାନୀ ଭୁବନେଶ୍ୱର ଆସନକୁ ବିଜେପି ଖାତାକୁ ଆଣିଛନ୍ତି । ନବାଗତା ଶର୍ମିଷ୍ଠା ସେଠୀ ଯାଜବୁର ଲୋକସଭା ଆସନରୁ ଏକ ଲକ୍ଷରର ଅଧିକ ଭୋଟରେ ଜିତିଛନ୍ତି ।