ବିଜୁ ଲିଗାସି କରୁଛି: ଦାମ

ବିଜୁ ଲିଗାସି କରୁଛି: ଦାମ

ବିଜୁ ଲିଗାସି କରୁଛି: ଦାମ
ଭୁବନେଶ୍ୱର: ସାଧାରଣ ନିର୍ବାଚନର ପରାଜୟ ପରେ ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖି ଗଣ ମାଧ୍ୟମକୁ କହିଛନ୍ତି ମୁଁ ବିଜୁ ଲିଗାସି କରୁଛି । ଓଡିଶାବାସୀଙ୍କ ମନରେ ଏବେବି ବିଜୁ ବାବୁଙ୍କ ପ୍ରତି ଅନୁରାଗ ରହିଛି । ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣା ପଡୁଥିଲା ବୋଲି ଦାମ କହିଛନ୍ତି । ଏବେ ଲାଗୁଛି ବିଜୁମୟ ଓଡିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ ଅଛନ୍ତି । ବିଜୁଙ୍କ ପ୍ରତି ଥିବା ସମ୍ବେଦନଶୀଳ ଭାବ ଏବେବି କାମ କରୁଛି । ଆଉ ନିଜ ପରାଜୟ ନେଇ କାରଣ ମଧ୍ୟ ଦର୍ଶାଇଛନ୍ତି ଦାମ ବାବୁ । ୪୫ ବର୍ଷ ବିଜୁ ଲିଗାସିରେ ହଠାତ ପରିବର୍ତନକୁ ଗ୍ରହଣ କରିପାରୁନି । ସମ୍ଭବତଃ ସେଥିପାଇଁ ମୋ ପୁଅ ଜିତିଲା ଆଉ ମୁଁ ହାରିଲି । ବିଜୁ ଲିଗାସି ସହ ସରକାରୀ ଦଳର ବ୍ୟବହାର ହେଉଛି ଅନ୍ୟ ଏକ କାରଣ ବୋଲି ଦାମ କହିଛନ୍ତି ।