ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ:  ରୁଷର ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି । ଏହି ସ୍ପେସ୍କ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଲୁନା ୨୫ର ବର୍ତ୍ତମାନ ସ୍ଥିତି କ’ଣ ରହିଛି ଏନେଇ ବୈଜ୍ଞାନିକମାନ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି । ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ୟ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା । ଲୁନା-୨୫ ପ୍ରି-ଲ୍ୟାଣ୍ଡିଂ ଅରବିଟକୁ ସ୍ଥାନାନ୍ତର ହେବାକୁ ସଙ୍କେତ ଦେଇଥିଲା ।

କିନ୍ତୁ ଏହି ସମୟରେ ସ୍ୱୟଂଚାଳିତ ଷ୍ଟେସନରେ ଏମରଜେନ୍ସି ସ୍ଥିତି ଦେଖାଦେଇଥିଲା । ୪୭ବର୍ଷର ବ୍ୟବଧାନ ପରେ ମହାକାଶରେ ପୁଣି ନିଜ ଶକ୍ତି ଦେଖାଇବାକୁ ପ୍ରୟାସ କରିଛି ରୁଷ । ତେବେ ଲୁନା-୨୫ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ସହ ଚନ୍ଦ୍ରର ପ୍ରଥମ ଫଟୋ ଫଟୋ ପଠାଇ ସାରିଛି । ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରରେ ସପ୍ଟ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି ଲୁନା -୨୫ । ଭାରତର ଚନ୍ଦ୍ରଯାନ ଥ୍ରୀ ଭିତରେ ରୁଷର ମିଶନ ମଧ୍ୟ ଚର୍ଚ୍ଚ ସାଉଁଟିଛି । ଉଭୟ ଦେଶ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁକୁ ବାଛିଛନ୍ତି ।