ଲଭ୍ ୟୁ ପ୍ରିୟା...

ଲଭ୍ ୟୁ ପ୍ରିୟା...

ଲଭ୍ ୟୁ ପ୍ରିୟା...
ଆକ୍ସନ ଷ୍ଟାର ଅଜାତଶତ୍ରୁ ସୋହମ ସିଂହ ଏବେ ଶୟନେ, ସପନେ ଜାଗରଣେ ଖାଲି ପ୍ରିୟା.. ପ୍ରିୟା କହି ବାଉଳି ହେଉଛନ୍ତି । ତାଙ୍କର ଏଭଳି ଅବସ୍ଥା ଦେଖି ସାଙ୍ଗସାଥୀ ପ୍ରଥମେ ଭାବୁଥିଲେ ଯେ ସେ ପ୍ରେମରେ ପଡ଼ିଛନ୍ତି । ପରେ କିଏ କହିଲା ନାହିଁ । ଏହା ତାଙ୍କ ଅଭିନୀତ ସିନୋମର ଡାଏଲଗ ତ ସେଥିପାଇଁ ସେ ଘୋଷୁଛନ୍ତି । ପ୍ରକୃତ କଥା ହେଲା ତାଙ୍କର ଏକ ନୂଆ ସିନେମା ଆସୁଛି ଯାହାର ଶୀର୍ଷକ ରଖିଛି ‘ଲଭ ୟୁ ପ୍ରିୟା’ । ଏଥିରେ ଅଭିନେତା ସୋହମଙ୍କ ସହ ଅଭିନେତ୍ରୀ ମହିମା ମୁଖ୍ୟ ଭୂମିକାରେ ରହିଥିବା ଶୁଣିବାକୁ ମିଳୁଛି । ଜେଏଚବି ଏଣ୍ଟରଟେନମେଣ୍ଟ ପ୍ରଥମ ଅବଦାନରେ ପ୍ରସ୍ତୁତ ସିନେମାର ପ୍ରଯୋଜନା କରୁଛନ୍ତି ଜୟ ସେନ । କାହାଣୀ ଓ ସଂଳାପ କରୁଛନ୍ତି ଆଶୁତୋଷ ବାରିକ । ସଙ୍ଗୀତ ନିର୍ଦ୍ଦେଶନାରେ ଅଶେଷ ରହିଛନ୍ତି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବିବେକ କୁମାର । କ୍ୟାମେରା ପରିଚାଳନା କରୁଛନ୍ତି ଧୀରେନ ସାହୁ । ପୂର୍ବରୁ ମହିମା ବିଭିନ୍ନ ସିନେମା ପାଶ୍ୱର୍ନାୟିକା ଭାବେ ଦେଖାଦେଇଥିବା ବେଳେ ଗତବର୍ଷ ମୁକ୍ତିପ୍ରାପ୍ତ ଆକ୍ସନଧର୍ମୀ ଫିଲ୍ମ ଅଜାତ ଶତ୍ରୁ’ରେ ଧମାକାଦାର ଫାଇଟ କରି ଓଲିଉଡରେ ଆକ୍ସନଷ୍ଟାର ଭାବେ ନାଁ କରିଥିଲେ ସୋହମ ସିଂହ । ମୁମ୍ବାଇରେ ରହୁଥିବା ସୋହମ ପରେ ଓଲିଉଡକୁ ବ୍ୟାକ କରିଥିଲେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ୟୁ ଟ୍ୟୁବ ଫିଲ୍ମ ‘ଟାଇଗର’ରେ । ଏବେ ଦର୍ଶକ ତାଙ୍କୁ ‘ଲଭ୍ ୟୁ ପ୍ରିୟା’ରେ ଏକ ଭିନ୍ନ ଚରିତ୍ରରେ ଦେଖିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।