ହାଇପରଟେନସନ ରହୁଛନ୍ତି କି...

ହାଇପରଟେନସନ ରହୁଛନ୍ତି କି...

ହାଇପରଟେନସନ ରହୁଛନ୍ତି କି...

ଉଚ୍ଚ ରକ୍ତଚାପ ଆପଣଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ଏହା ବିପଦ ଜନକ ସମସ୍ୟା। ହାଇପରଟେନସନକୁ ଉଚ୍ଚ ରକ୍ତଚାପ ସମସ୍ୟା ବୋଲି କୁହାଯାଏ। ଏଥିରେ ଧମନିରେ ରକ୍ତ ପ୍ରବାହ ଦ୍ରୁତ ହୋଇଥାଏ। ଏହାଦ୍ୱାରା ଧମନୀରେ ରକ୍ତ ପ୍ରବାହକୁ ବଜାୟ ରଖିବା ପାଇଁ ହୃଦୟକୁ ଅଧିକ କାର୍ୟ୍ୟ କରିବାକୁ ପଡ଼ିଥାଏ। ସାଧାରଣ ଭାବେ ଆମର ଜୀବନଶୈଳୀ ଓ ଫାଷ୍ଟ ଫୁଡ୍‌ ଅଭ୍ୟାସ ଯୋଗୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। ଯାହାକୁ ନିୟନ୍ତ୍ରଣ କରିବା ନିତ୍ୟାନ୍ତ ଆବଶ୍ୟକ।

ଉଚ୍ଚ ରକ୍ତଚାପ ହେବାର କାରଣ

 ୧.ମୋଟାପଣ

୨. ଧୂମପାନ

୩. ଅତ୍ୟଧିକ ମଦ୍ୟପାନ

୪. ଅସନ୍ତୁଳିତ ଖାଦ୍ୟ ଖାଇବା

୫. ଅଳ୍ପ ନିଦ୍ରା ହେବା

୬. ଟେନସନ କିମ୍ବା ଡିପ୍ରେସନ୍‌ରେ ରହିବା

ଉଚ୍ଚ ରକ୍ତଚାପରୁ ବର୍ତ୍ତିବା ପାଇଁ ପରିବର୍ତ୍ତନ କରନ୍ତୁ ଏହି ତିନୋଟି ଖରାପ ଅଭ୍ୟାସ

ତେବେ ହାଇପରଟେନସନ ସ୍ଥିତିରେ କଣ କରିବା ଆବଶ୍ୟକ। ଏହା ବାବଦରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଆପଣଙ୍କର ସାଧାରଣ ଭୁଲରୁ ଏହି ଉଚ୍ଚ ରକ୍ତଚାପ ସମସ୍ୟା ଦୀର୍ଘ ଦିନ ଯାଏ ଲାଗିରହିବ। ଆସନ୍ତୁ ଜାଣିବା ହାଇପରଟେନସନରୁ ବର୍ତ୍ତିବା ପାଇଁ  କଣ କରିବା ଆବଶ୍ୟକ।

ଅତ୍ୟଧିକ ଲୁଣ ଖାଇବା

ଲୁଣ କିମ୍ୱା ଏଥିରୁ ମିଳୁଥିବା ସୋଡିୟମ ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗ ସମସ୍ୟାକୁ ବଢ଼ାଇଥାଏ। ଲୁଣ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ବଢ଼ିଥାଏ। ଯଦିଓ ଶୀରର ପାଇଁ କିଛି ଲୁଣର ଆବଶ୍ୟକ ପଡ଼ିଥାଏ ହେଲେ ଏହାର ଅତ୍ୟଧିକ ବ୍ୟବହାର ଉଚ୍ଚ ରକ୍ତଚାପ ସମସ୍ୟାକୁ ବଢ଼ାଇଥାଏ। ଏଭଳି ସ୍ଥିତିରେ ଗୋଟିଏ ଦିନରେ ଆପଣ ଏକ ଚାମୁଚରୁ ଅଧିକ ଲୁଣ ଖାନ୍ତୁ  ନାହିଁ।

ଅଧିକ ଫ୍ୟାଟ୍‌ ଥିବା ଖାଦ୍ୟ ଖାନ୍ତୁ ନାହିଁ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଫ୍ୟାଟ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଫୁଲ୍ ଫ୍ୟାଟ୍ ଥିବା ଖାଦ୍ୟ  କ୍ଷୀର-କ୍ରିମ୍, ବଟର, ରେଡ୍‌ ମିଟ୍‌ ଇତ୍ୟାଦିରେ ଅଧିକ ପରିମାଣର ସନ୍ତୁଳିତ ଚର୍ବି ରହିଥାଏ, ଏହାକୁ ଏଡାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ।

ମଦ୍ୟପାନ ଅଭ୍ୟାସ

ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ। ୨୦୧୭ ମସିହାରେ ଏକ ଗବେଷଣାରୁ ମଦ୍ୟପାନ କରିବା ଦ୍ୱାରା ଉଚ୍ଚ ରକ୍ତ ଚାପ ବଢ଼ିଥାଏ ବୋଲି ଜଣା ପଡ଼ିଥିଲା।ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ରକ୍ତଚାପ ସମସ୍ୟା ନଥିବା ବ୍ୟକ୍ତି ମଧ୍ୟ ମଦ୍ୟପାନ କରିବା ଅନୁଚିତ। ଏହା ଦ୍ୱାରା ଭବିଷ୍ୟରେ ଏଭଳି  ସମସ୍ୟାରୁ ରକ୍ଷା ପାଇପାରିବେ।