ଜାତୀୟ ଗଣମାଧ୍ୟମରେ ଟମାଟୋ, କାଳିମାଡ଼ ଖବର

ଜାତୀୟ ଗଣମାଧ୍ୟମରେ ଟମାଟୋ, କାଳିମାଡ଼ ଖବର

ଜାତୀୟ ଗଣମାଧ୍ୟମରେ ଟମାଟୋ, କାଳିମାଡ଼ ଖବର

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଳା ପତାକା ପ୍ରଦର୍ଶନ ସହ ତାଙ୍କ ଗାଡ଼ିକୁ ଟମାଟୋ ଓ କାଳି ମାଡ଼ ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେପିର ଏହି ଚର୍ଚ୍ଚିତ ନେତା ସମ୍ବିତଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଅନେକ ନେତା ମଧ୍ୟ ଏ ଘଟଣାକୁ ଟ୍ୱିଟ୍ କରିଛନ୍ତି। 

  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଉଠିଥିବାବେଳେ ରାଜ୍ୟ ସରକାରଙ୍କ କାର୍ଯ୍ୟ ବିରୋଧରେ ପ୍ରତିବାଦ ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ହେଲେ ତାଙ୍କର ଏହି ଗସ୍ତବେଳେ ସେ ପୁରୀରେ ପହଞ୍ଚିଥିବାବେଳେ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି । ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ସମ୍ବିତଙ୍କ ଗାଡ଼ିକୁ ଟମାଟୋ ଓ କାଳି ଫିଙ୍ଗିଛନ୍ତି ।