ଶୀତରେ ସୁସ୍ଥତା ନିମନ୍ତେ ଖାଦ୍ୟ ପାନୀୟ ବାବଦରେ କେମିତି ରହିବା ସତର୍କ

ଶୀତରେ ସୁସ୍ଥତା ନିମନ୍ତେ ଖାଦ୍ୟ ପାନୀୟ ବାବଦରେ କେମିତି ରହିବା ସତର୍କ

ଶୀତରେ ସୁସ୍ଥତା ନିମନ୍ତେ ଖାଦ୍ୟ ପାନୀୟ ବାବଦରେ କେମିତି ରହିବା ସତର୍କ
ବର୍ତ୍ତମାନ ଭାରତର ପ୍ରତ୍ୟେକ ପ୍ରାନ୍ତରେ ଶୀତ ଲହରି ଅନୁଭୂତ ହେଉଛି । ଏଭଳି ପାଗରେ ଥଣ୍ଡା, ସର୍ଦ୍ଧି, ଜ୍ୱର, ଆଣ୍ଠୁଗଣ୍ଟି ସମସ୍ୟା ହେବା ଏକ ସ୍ୱାଭାବିକ କଥା । ବିଶେଷଜ୍ଞଙ୍କ ମତରେ ଶରୀରକୁ ଭିତରୁ ଗରମ ରଖିବା ନିମନ୍ତେ ଆପଣଙ୍କୁ ଖାଦ୍ୟ ପାନୀୟ ବାବଦରେ ସତର୍କ ହେବା ସହ ଏକ ଡାଏଟ୍ ତାଲିକା ପ୍ରସ୍ତୁତ କରି ସେଇ ଅନୁସାରେ ଖାଇବା ଉଚିତ । ଯୁବ ପିଢ଼ି ଓ ବୟସ୍କ ବର୍ଗ ଦ୍ୱିପହର ଭୋଜନରେ ବ୍ରାଉନ ରାଇସ ଖାଇବା ହିତକାରୀ । ଶୀତଋତୁରେ ଦୈନିକ ସକାଳୁ ଖାଲିପେଟରେ ରସୁଣ ୨ କୋଳା ଚୋବାଇ ଖାଆନ୍ତୁ । ଥଣ୍ଡା ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ । ଭୋଜନ ସମୟରେ ଆପଣ କଞ୍ଚା ପିଆଜ ଖାଇବାର ଅଭ୍ୟାସ କରନ୍ତୁ । ଖାଦ୍ୟ ବିଶେଷଜ୍ଙ୍କ ମତରେ ରସୁଣ, ପିଆଜରେ ଥିବା ଏଲିସିନ ତତ୍ତ୍ୱ କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାର ଭଲ ଭାବେ ହେଉଥିବା ସହ ଶରୀର ଗରମ ମଧ୍ୟ ରହେ । ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ଡାଏଟରେ ଅଖରୋଟ, ବାଦାମ ଭଜା, ରାଶି ଇତ୍ୟାଦି ସାମିଲ କଲେ ଲାଭ ପାଇପାରିବେ । ସକାଳବେଳା ଚା’ପିଇବାର ଅଭ୍ୟାସ ଥିଲେ, ସେଥିରେ ୧ ଚାମଚ ଅଦାରସ ମିଶାଇ ପିଇବାର ଅଭ୍ୟାସ କରନ୍ତୁ । ଏଇ ଉପାୟରେ ଆପଣଙ୍କ ଶରୀରକୁ ଶକ୍ତି ମିଳିବ । ଦିଲ୍ଲୀର ନାମୀ ଖାଦ୍ୟ ବିଶେଷଜ୍ଞ କବିତା ଦେବଗନ୍ଙ୍କ ମତରେ ବିଭିନ୍ନ ପ୍ରକାର ଶାଗ ଖାଇବା ମଧ୍ୟ ଏଇ ଦିନେ ଭଲ । ଶରୀରକୁ ଭିତରୁ ଉଷ୍ଣତା ମିଳୁଥିବାର ତଥ୍ୟରୁ ଜଣାପଡ଼ିଛି । ଚା’, କଫି ପାନୀୟରେ ଚିନି ପରିବର୍ତ୍ତେ ମହୁର ଉପଯୋଗ କରିପାରିବେ । ମହୁର ଔଷଧୀୟ ଗୁଣ ଆମ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ । ରାତି ବେଳା ଗରିଷ୍ଠ ଭୋଜନ କରିବା ଅନୁଚିତ । ଏଣୁ ସୁପ ପିଅନ୍ତୁ, ଏଥିରେ ଅଦା, ରସୁଣ, ପିଆଜ ବ୍ୟବହାର କରନ୍ତୁ । ଏସବୁ ପରିବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ରାତିରେ ଉଷୁମ ଖିରା ୧ ଗିଲାସରେ ଚିମୁଟାଏ ହଳଦୀ ମିଶାଇ ପିଇବା ମଧ୍ୟ ଏଇଦିନେ ଖୁବ୍ ହିତକାରୀ ।