ଲୋକ କଳାକୁ ଲୋକଲୋଚନକୁ ଆଣିବା ପାଇଁ ନିଆରା ଢଙ୍ଗରେ ବଂଶୀବାଦନ

ଲୋକ କଳାକୁ ଲୋକଲୋଚନକୁ ଆଣିବା ପାଇଁ ନିଆରା ଢଙ୍ଗରେ ବଂଶୀବାଦନ

ଲୋକ କଳାକୁ ଲୋକଲୋଚନକୁ ଆଣିବା ପାଇଁ ନିଆରା ଢଙ୍ଗରେ ବଂଶୀବାଦନ
ପଦ୍ମପୁର (ନିରଞ୍ଜନ ତ୍ରିପାଠି) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ସମୁଦାୟ ୨୫ ଜଣଙ୍କୁ ନେଇ ମାଁ କରମସାନୀ ବିନ୍ଧ୍ୟବାସିନୀ କଲଙ୍ଗା ପାର୍ଟି ଦଳ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ପୌଷ ପୂର୍ଣ୍ଣିମା ଦିନ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ସମସ୍ତ ଗ୍ରାମ କରମସାନୀ ବଂଶୀ ବାଦକ ସହ ଘୁମୁରା ନାଚ ତାଳେ ତାଳେ ପରିକ୍ରମା କରି ଜନ ସାଧାରଣଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ଭଗବାନଙ୍କ ଠାରେ ଗୁହାରି କରି ଥାଆନ୍ତି। କରମସାନୀ ବିନ୍ଧ୍ୟବାସିନୀ କଲଙ୍ଗା ପାର୍ଟି ଦଳ ରେ ଏକ ନିଆରା ବଂଶୀ ବାଦକ ରମେଶ ବରିହା ତାଙ୍କ ନାକରେ ବଂଶୀ ବଜାଇ ଜନସାଧାରଣଙ୍କୁ ମନକୁ ଆକୃଷ୍ଟ କରିବା ସହ ବିମୋହିତ କରି ପାରନ୍ତି। ସେ କେବେ ମଧ୍ଯ ତାଙ୍କ ମୁହଁରେ ବଂଶୀ ବଜାଇ ନାହାଁନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏଭଳି କଳାକାର କୁ ଲୋକ ଲୋଚନକୁ ଆଣିବାକୁ ଏକ ପ୍ରୟାସ ମାତ୍ର ।