ରେକର୍ଡ ଭାଙ୍ଗିଲେ ମହିଳା ମହାକାଶଚାରୀ କ୍ରିଷ୍ଟିନା କୋଚ, ଦିନକୁ ଦେଖୁଛନ୍ତି ୧୬ଥର ସୂର୍ଯ୍ୟଦୋୟ
ରେକର୍ଡ ଭାଙ୍ଗିଲେ ମହିଳା ମହାକାଶଚାରୀ କ୍ରିଷ୍ଟିନା କୋଚ, ଦିନକୁ ଦେଖୁଛନ୍ତି ୧୬ଥର ସୂର୍ଯ୍ୟଦୋୟ
admin
Jan 10, 2020 - 12:37
Updated: Jan 10, 2020 - 12:37
ଆର୍ନ୍ତଜାତୀୟ ସ୍ପେଶ ଷ୍ଟେସନରେ ୩୧୪ ଦିନ ବିତାଇ ସାରିଲେଣି କ୍ରିଷ୍ଟିନା । ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟିନା । ଏହାପୂର୍ବରୁ ନାସାର ମହିଳା ମହାକାଶଚାରୀ ପେଗି ହ୍ୟୁଷ୍ଟନ ମହକାଶରେ ଅଧିକ ଦିନ ରହିବାର ରେକର୍ଡ ଥିଲା । ପେଗି ମହାକାଶରେ ୨୮୯ ଦିନ ପାଞ୍ଚ ଘଣ୍ଟା ଓ ୧ ମିନିଟ୍ ବିତାଇଥିଲେ । ଯାହାକୁ କ୍ରିଷ୍ଟ୍ରିନା ଭାଙ୍ଗିଛନ୍ତି । ଏହାଛଡା ଅନେକ ନୂଆ ନୂଆ ରେକର୍ଡ ହାସଲ କରିଛନ୍ତି ନାସାର ଏହି ମହାକାଶଚାରୀ । ୩୧୪ ଦିନ ମହାକାଶରେ ବିତାଇଥିବା କ୍ରିଷ୍ଟ୍ରିନା ପ୍ରତ୍ୟେକ ଦିନ ୧୬ ଥର ସୂର୍ୟ୍ୟୋଦୟ ଦେଖିଥାଆନ୍ତି । କାରଣ ସ୍ପେଶ ଷ୍ଟେସନ ପୃଥିବୀର ଚାରି ପାଶ୍ୱର୍ରେ ଘୂରି ବୁଲୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ । ତେଣୁ ଏବେ ପର୍ୟ୍ୟନ୍ତ କ୍ରିଷ୍ଟ୍ରିନା ୩୧୪ ଦିନର ରହଣି ମଧ୍ୟରେ ୫୦୨୪ ସୂର୍ୟ୍ୟୋଦୟ ଦେଖି ସାରିଛନ୍ତି । ୪୦ ବର୍ଷିୟା କ୍ରିଷ୍ଟ୍ରିନାଙ୍କୁ ୨୦୧୩ରେ ନାସା ଚୟନ କରିଥିଲା । ୨୦୧୫ରେ ମହାକାଶଚାରୀ ଭାବେ ଟ୍ରେନିଂ ପୂରା କରିଥିଲେ କ୍ରିଷ୍ଟ୍ରିନା । ମିଶିଗନରେ ଜନ୍ମ ନେଇଥିବା କ୍ରିଷ୍ଟ୍ରିନା ଉତ୍ତର କ୍ୟାରୋଲିନା ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ ।