ମକର ସଂକ୍ରାନ୍ତି ଉପଲକ୍ଷେ ଭଏସ ଅଫ ଓଡିଶାର ସ୍ୱତନ୍ତ୍ର ଉପସ୍ଥାପନା

ମକର ସଂକ୍ରାନ୍ତି ଉପଲକ୍ଷେ ଭଏସ ଅଫ ଓଡିଶାର ସ୍ୱତନ୍ତ୍ର ଉପସ୍ଥାପନା

ମକର ସଂକ୍ରାନ୍ତି ଉପଲକ୍ଷେ ଭଏସ ଅଫ ଓଡିଶାର ସ୍ୱତନ୍ତ୍ର ଉପସ୍ଥାପନା
ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ ଆପଣ ମାନେ ଅଳ୍ପେ ବହୁତେ ଜାଣିଥିବେ । ମକର ସଂକ୍ରାନ୍ତିରେ ମେଳାମହୋସôବ ସହ ଅନେକ ସ୍ଥାନରେ ଜାନିଯାତ୍ରା ହୁଏ ଏବଂ ଏହାର ଢେର ସାରା ମଜାନେଇଥାନ୍ତି ଆପଣ ମାନେ । ସଂକ୍ରାନ୍ତିର ନାମକରଣ କେମିତି ହୁଏ ଆପଣ ମାନେ ଜଣିଛନ୍ତି କି ? ଆସନ୍ତୁ ଜାଣିବା ପୁରାଣ ଶାସ୍ତ୍ରରେ ବନିତ କଥାବସ୍ତୁକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା । ସଂକ୍ରାନ୍ତିରେ ଭଗବାନ ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ପ୍ରବେଶ କରିଥାନ୍ତି । ସୂର୍ଯ୍ୟଦେବଙ୍କ ପ୍ରବେଶ ରାଶିର ନାମ ଅନୁଯାୟୀ ସଂକ୍ରାନ୍ତିର ନାମକରଣ କରାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାଆନ୍ତି। ସେହି ଦିନ ତିନୋଟି କାର୍ୟ୍ୟ କରିବା ଦ୍ବାରା ଜୀବନର ମାର୍ଗ ବଦଳି ଯାଇଥାଏ। ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଓ ଖେଚୁଡି ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଆପଣ ଏହାକୁ ଦାନ କରିବା ସହ ନିଜେ ମଧ୍ୟ ଖାଇ ପାରିବେ। ଏପରି କରିବା ଦ୍ବାରା ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଚାଉଳ ଓ ବିରି ଡାଲି ଦାନ କରିବା ମଧ୍ୟ ଆବଶ୍ୟକ ଅଟେ। ୧. ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ଶନିଙ୍କ ରାଶିରେ ପ୍ରବେଶ କରିଥାଆନ୍ତି। ତେଣୁ ଏହି ଦିନ ଶନିଦେବଙ୍କୁ ପୂଜା କରିବା ଲାଭଦାୟକ ହୋଇଥାଏ। ଶନିଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ପ୍ରଜ୍ବଳିତ କରନ୍ତୁ। ଏପରି କରିବା ଦ୍ବାରା ଦୁଇଗୁଣା ଫଳ ମିଳିବ। ୨. ଦାନ କରିବା ସହ ଗଙ୍ଗା ସ୍ନାନ କରି ଭଗବାନ ସୂର୍ୟ୍ୟଙ୍କୁ ପୂଜା କରିବା ବିଶେଷ ମହତ୍ତ୍ବ ରଖିଥାଏ। ସୂର୍ୟ୍ୟଙ୍କୁ ପୁଜା କରିବା ସମୟରେ ତମ୍ବାର ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ୩. ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଦାନ କରିବା ଉଚିତ। କିନ୍ତୁ ଏହିଦିନ ଘରେ ରାଶି ଲଡୁ ପ୍ରସ୍ତୁତ କରି ଗରିବ ମାନଙ୍କୁ ବାଣ୍ଟିବା ଅତ୍ୟନ୍ତ ଶୁଭକର ହୋଇଥାଏ। ଏହି ଦିନ ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ରହିଛି।