ଦୀପାବଳିରେ ଶ୍ୱାନ ପୂଜନ!

ଦୀପାବଳିରେ ଶ୍ୱାନ ପୂଜନ!

ଦୀପାବଳିରେ ଶ୍ୱାନ ପୂଜନ!
ଦୀପାବଳି ହିନ୍ଦୁ ଧର୍ମର ଏକ ବଡ଼ ପର୍ବ । ଏହି ଦିନ ଧନଦେବୀ ମା’ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରାଯାଏ । ତେବେ ପଡୋଶୀ ରାଷ୍ଟ୍ର ନେପାଳରେ ଏହି ଦିବସ ପାଳନର ଢ଼ଙ୍ଗ ସାମାନ୍ୟ ଅଲଗା । ଲକ୍ଷ୍ମୀ କିମ୍ବା ଗଣପତିଙ୍କୁ ନୁହେଁ, ଦୀପାବଳି ଅବସରରେ ଶ୍ୱାନ ପୂଜନ ଏହି ଦେଶର ଏକ ନିଆରା ପରମ୍ପରା । ନେପାଳୀମାନେ ଦୀପ ଜଳାନ୍ତି, ନୂଆ ଲୁଗା ପିନ୍ଧନ୍ତି, ପରସ୍ପରକୁ ମିଠା ଖୁଆଇ ଖୁସି ମନାନ୍ତି, ତା ସାଙ୍ଗକୁ ଉଭୟ ପୋଷା ଓ ବୁଲା କୁକୁରମାନଙ୍କୁ ଫୁଲ ହାର ଓ ତିଳକ ପିନ୍ଧାଯାଏ । ଅଣ୍ଡା, ମାଂସରେ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଫଳ, କ୍ଷୀର, ଓ ଦହି ଖାଇବାକୁ ଦିଆଯାଏ । କୁକୁର ମଣିଷ ପାଇଁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ଏହା ସମସ୍ତଙ୍କୁ ଜଣା; ତେବେ ନେପାଳୀମାନଙ୍କ ବିଶ୍ୱାସ ଏହି ପ୍ରାଣୀ ଯମ ଦେବତାଙ୍କ ବାର୍ତ୍ତାବହ ଓ ମୃତୁ୍ୟ ପରେ ମଧ୍ୟ ନିଜ ମାଲିକକୁ କୁକୁର ବିପଦରୁ ରକ୍ଷା କରେ । ଏଥିପାଇଁ ଉପଯୁକ୍ତ ସମ୍ମାନ ପାଇବାକୁ କୁକୁର ଯୋଗ୍ୟ ।