ଆଜି କଲାମଙ୍କ ଜନ୍ମ ଦିବସ

ଆଜି କଲାମଙ୍କ ଜନ୍ମ ଦିବସ

ଆଜି କଲାମଙ୍କ ଜନ୍ମ ଦିବସ
ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ୍‌ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା। କଲାମଙ୍କ ପୁରା ନାଁ ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମ ଗାଁରେ ଏକ ଗରୀବ ମୁସଲମାନ ପରିବାରରେ ତାଙ୍କର ଜନ୍ମ। ବାପା ଜୈନୁଲାବୁଦ୍ଦୀନ ପେଶାରେ ଥିଲେ ନାଉରୀ। ପର୍ଯ୍ୟଟକଙ୍କୁ ରାମେଶ୍ୱରମରୁ ଧନୁଷକୋଡି ଯାଏଁ ଡଙ୍ଗାରେ ନେବା ଆଣିବା କରୁଥିଲେ ସେ। ଆଉ ସେଇଥିରେ କଲାମଙ୍କ ପରିବାରର ଗୁଜୁରାଣ ମେଂଟୁ ଥିଲା। ରାମନାଥପୁରରେ ସ୍କୁଲିଂ ପରେ ତିରୁଚିଲାପଲ୍ଲୀର ସେଂଟ ଯୋଶେଫ କଲେଜରେ ଫିଜିକ୍ସ ପଢିଥିଲେ । ୧୯୬୦ରେ ଏରୋସ୍ପେସ ଇଂଜିନିୟରିଂରେ ଡିଗ୍ରୀ ହାସଲ କଲାପରେ ଡିଆରଡିଓରେ ଯୋଗ ଦେଇଥିଲେ।