ପିଲାମାନଙ୍କ ସହ ଏମିତି ବ୍ୟବହାର କଲେ ସେମାନେ ହେବେ ଚାମ୍ପିଆନ

ପିଲାମାନଙ୍କ ସହ ଏମିତି ବ୍ୟବହାର କଲେ ସେମାନେ ହେବେ ଚାମ୍ପିଆନ

ପିଲାମାନଙ୍କ ସହ ଏମିତି ବ୍ୟବହାର କଲେ ସେମାନେ ହେବେ ଚାମ୍ପିଆନ
ମାଟି, କୁଟା, କାଠି, ରଂଗ ଆଦିର ସମ୍ମିଶ୍ରଣରେ ତିଆରି ହୁଏ ସୁନ୍ଦର ମୂର୍ତି । ଠିକ ସେମିତି ପିଲାମାନେ ହେଉଛନ୍ତି ମାଟିର ପିଣ୍ଡୁଳା । ତାଙ୍କୁ ଆପଣ ଯେମିତି ଗଢ଼ିବେ ସେମାନେ ସେମିତି ହିଁ ତିଆରି ହେବେ । ସବୁ ବାପାମା’ଙ୍କର ସ୍ୱପ୍ନ ତାଙ୍କ ପିଲା ଭଲ ମଣିଷଟେ ହେଉ । କିନ୍ତୁୁ ଅନେକ କ୍ଷେତ୍ରରେ ପିଲାଙ୍କୁ ମଣିଷ କରିବାକୁୁ ଯାଇ ବାପାମା’ମାନେ ଅନେକ ଛୋଟ ଘଟଣା ଉପରେ ଆଦୌ ନଜର ରଖିନାହାନ୍ତି । କିନ୍ତୁ ବାସ୍ତବରେ ସେଇ ଛୋଟ ଛୋଟ ଘଟଣା ଉପରେ ନଜର ଦେଲେ ହିଁ ପିଲାଟେ ମଣିଷ ପରି ମଣିଷ ହୋଇ ଆଗକୁ ବଢ଼ିପାରେ । ଏଇଯେମିତି; ୧- ପିଲାମାନଙ୍କ ସହ ବନ୍ଧୁ ପରି ବ୍ୟବହାର କରନ୍ତୁ - ପିଲାମାନଙ୍କ ସହ ବନ୍ଧୁଙ୍କ ପରି ବ୍ୟବହାର କରନ୍ତୁ । ସେମାନଙ୍କ ସହ ଖୋଲାଖୋଲି ଭାବେ ସବୁକଥା ହୁଅନ୍ତୁ । ତାଙ୍କ ମନରେ କୈାଣସି ପ୍ରକାର ଭୟ ଜାଗ୍ରତ କରାନ୍ତୁ ନାହିଁ । ପିଲା ମାନଙ୍କ ମନରେ ଭୟ ରହିଲେ ସେମାନେ ଆପଣଙ୍କୁ ସବୁ ଭୁଲ ଲୁଚାଇବାକୁ ଚେଷ୍ଟା କରିବେ । ୨- ସେମାନଙ୍କ ମାନସିକତାକୁ ବୁଝନ୍ତୁ - ଯଦି ଆପଣଙ୍କ ପିଲା କୈାଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ତାଙ୍କ ସହ ବାରମ୍ବାର କଣ ହୋଇଛି ନପଚାରି ତାଙ୍କୁ ଯେଉଁ ଜାଗା ପସନ୍ଦ ସେ ଜାଗାକୁ ବୁଲାଇବାକୁ ନିଅନ୍ତୁ । ଯାହା ସେ ପସନ୍ଦ କରନ୍ତି ଖାଇବାକୁ ତାଙ୍କ ପସନ୍ଦ ମୁତାବକ ଖାଇବା ମଗାନ୍ତୁ । ଏହା ଦ୍ୱାରା ତାଙ୍କ ଧ୍ୟାନ ଅଲଗା ଆଡେ ଯିବା ସହ ତାଙ୍କୁ ଭଲ ଲାଗିବ ଆପଣଙ୍କ ତାଙ୍କ ପ୍ରତିଥିବା ଭଲପାଇବା ସେ ବୁଝିପାରିବେ ଏବଂ ଯଦି କୈାଣସି ଅସୁବିଧା ହୋଇଥିବ ସେ ତାଙ୍କ ତରଫରୁ ଆପଣଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ହେବେ । ୩ - ରୋଲ ମଡେଲ ହୁଅନ୍ତୁ - ପ୍ରଥମେ ଆପଣ ନିଜର ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାହିଁକି ନାଁ ପିଲାମାନେ ପ୍ରଥମେ ନିଜ ଘରୁ ହିଁ ସବୁ ଶିକ୍ଷା ଗ୍ରହଣ କରିଥାଆନ୍ତି । ପିଲାର ମୈାଳିକ ଶିକ୍ଷା ଘରୁ ଗ୍ରହଣ କରିଥାଏ । ତେଣୁ ଆପଣ ଘରେ ନିଜର ଘର ଲୋକଙ୍କ ସହ ହେଉ ଅବା କାହା ସହ ଫୋନ୍ରେ କଥା ହେଉଛନ୍ତି ଧ୍ୟାନ ରଖନ୍ତୁ ପିଲାମାନେ ଆପଣଙ୍କୁ ଖୁବ ଶୀଘ୍ର ନିରୀକ୍ଷଣ କରନ୍ତି । ଆପଣ ପିଲାମାନଙ୍କର ରୋଲ ମଡେଲ ହୁଅନ୍ତୁ । ୪- ପିଲାମାନଙ୍କୁ ଗ୍ୟାଜେଟ ଠାରୁ ଦୂରେଇ ରଖନ୍ତୁ - ବର୍ତ୍ତମାନ କୋଭିଡ ସ୍ଥିତିରେ ଅନଲାଇନ୍ କ୍ଲାସ ଯୋଗୁଁ ପିଲାମାନେ ମୋବାଇଲ ଓ ଲ୍ୟାପଟପ୍ର ବ୍ୟବହାର କରୁଛନ୍ତି । ହେଲେ ଏହାମଧ୍ୟରୁ ସମୟ ବାହାର କରି କିଛି ସମୟ ଯୋଗ ବ୍ୟାୟାମ ଓ ସାଇକେଲିଂ କରାଇବାକୁ ତାଙ୍କୁ ଘରୁ ବାହାରକୁ ନିଅନ୍ତୁ । ଆପଣଙ୍କ ପିଲା ଗ୍ୟାଜେଟରେ କଣ ଦେଖୁଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଚେଷ୍ଟା କରନ୍ତୁ ଗ୍ୟାଜେଟ ଠାରୁ ଦୂରେଇ ରଖିବାକୁ ନିଜ ଶିଶୁଙ୍କୁ । ୫:ପିଲାମାନଙ୍କୁ କାହା ସହ ତୁଳନା କରନ୍ତୁ ନାହିଁ - ଅଭିଭାବକ ମାନଙ୍କର ଗୋଟିଏ ଖରାପ ଅଭ୍ୟାସ ଯେ, ନିଜ ପିଲାମାନଙ୍କୁ ସବୁବେଳେ ଅନ୍ୟ ମାନଙ୍କ ସହ ତୁଳନା କରିବା । ମା ବାପା ମାନେ ପିଲା ମାନଙ୍କୁ ନିଜ ସାଙ୍ଗ ମାନଙ୍କ ପିଲାଙ୍କ ସହ ଏବଂ ବନ୍ଧୁ ବାନ୍ଧବଙ୍କ ପିଲାମାନଙ୍କ ସହ ତୁଳନା କରନ୍ତି । ପରୀକ୍ଷାରେ ଅନ୍ୟ ପିଲା ମାନେ ତାଙ୍କ ପିଲାଙ୍କ ଠାରୁ ଅଧିକ ନମ୍ବର ରଖିଛନ୍ତି । ଏହା ତାଙ୍କ ମାନସିକତାକୁ ଆଘାତ ଦେଇଥାଏ । ଯଦି ସେ ପରୀକ୍ଷାରେ ଭଲ ପରଫର୍ମ କରି ନାହିଁ ତାକୁ ବୁଝାନ୍ତୁ କିଛି ନାହିଁ ପରବର୍ତ୍ତୀ ପରୀକ୍ଷାରେ ସେ ଚେଷ୍ଟା କରୁ ଭଲ ପରଫର୍ମ କରିବା ପାଇଁ । ଏହା ତାଙ୍କ ମନରେ ଖୁବ ସାହାସ ଯୋଗାଇବ । ୬: ସାଙ୍ଗ ମାନଙ୍କ ବିଷୟରେ ପଚାରନ୍ତୁ- ପ୍ରତିଦିନ ସ୍କୁଲରେ କଣ ହେଲା ସେ ବିଷୟରେ କଥାହୁଅନ୍ତୁ । ସ୍କୁଲରେ ଆଜି ସେ କଣ କଣ କଲା ସାଙ୍ଗ ମାନେ କଣ କଥା ହେଲେ ସେ କଥା ହୁଅନ୍ତୁ । ଯଦି ଆପଣଙ୍କ ପାଖରେ ସମୟ ଅଛି ତେବେ ସପ୍ତାହରେ ଥରେ ହେଉ ପଛେ ତାଙ୍କୁ ସ୍କୁଲ ଛାଡିବାକୁ ଆଣିବାକୁ ଯାଆନ୍ତୁ । ଏବଂ ସ୍କୁଲରେ ଶିକ୍ଷକଙ୍କ ସହ କଥା ହୁଅନ୍ତୁ । ସ୍କୁଲରେ ତାର ବ୍ୟବହାର କି ପ୍ରକାର ପଚାରିବୁଝନ୍ତୁ । ୭: ରାଗନ୍ତୁ ନାହିଁ - ଯଦି ଆପଣ କୈାଣସି କାମରେ ବ୍ୟସ୍ତ ଅଛନ୍ତି ଆଉ ଆପଣଙ୍କ ପିଲା କିଛି କରିବା ପାଇଁ କହୁଛି କି କିଛି ଶୁଣିବା ପାଇଁ କହୁଛି ତେବେ ତା ଉପରେ ନରାଗି ବୁଝାଇ କୁହନ୍ତୁ । ଦେଖିବେ ଅନ୍ୟ ସମୟରେ ମଧ୍ୟ ସେ ବୁଝିପାରିବ ଯେ, ଆପଣ ବ୍ୟସ୍ତ ଅଛନ୍ତି କିଛି ସମୟ ପରେ ତା କଥାକୁ ଧ୍ୟାନ ଦେବେ ।