ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି ତେଣୁ ନିର୍ବାଚନ ବନ୍ଦ ନହୋଇ ହେବା ଉଚିତ : ପୃଥ୍ୱୀରାଜ ହରିଚନ୍ଦନ

ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି ତେଣୁ ନିର୍ବାଚନ ବନ୍ଦ ନହୋଇ ହେବା ଉଚିତ : ପୃଥ୍ୱୀରାଜ ହରିଚନ୍ଦନ

 ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି ତେଣୁ ନିର୍ବାଚନ ବନ୍ଦ ନହୋଇ ହେବା ଉଚିତ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବାବେଳେ ବିଜେପି କିନ୍ତୁ ନିର୍ବାଚନ ହେବା ଉଚିତ ବୋଲି କହିଛି । ପିପିଲି ଉପନିର୍ବାଚନ ବନ୍ଦ ପାଇଁ କଂଗ୍ରେସର ଦାବିକୁ ବିଜେପି ପକ୍ଷରୁ ଅଗ୍ରାହ୍ୟ କରାଯାଇଛି । ନିର୍ବାଚନ ହେଉ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଯେ, କୋଭିଡ ଗାଇଡ ଲାଇନ ଅନୁସାରେ ପିପିଲି ଉପନିର୍ବାଚନ ହେଉ । କଂଗ୍ରେସ ଅଭିଯୋଗର ବାସ୍ତବତା ନାହିଁ, କେବଳ ପଲିଟିକାଲ ଗିମିକ । ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି,ନୋଟିଫିକେସନ ହୋଇସାରିଛି । ତେଣୁ ନିର୍ବାଚନ ବନ୍ଦ ନହୋଇ ହେବା ଉଚିତ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ପ୍ରକାଶ ଯେ, ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଉପନିର୍ବାଚନ ବନ୍ଦ କରିବାକୁ ଦାବି କରିଥିଲେ । ସେ କହିଥିଲେ ଯେ, କରୋନାର ଦୃତ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବନ୍ଦ କରାଯାଉ । କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ । କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ । ନିର୍ବାଚନ ବନ୍ଦ ରଖିବାକୁ ବିଜେଡି ଓ ବିଜେପି ମଧ୍ୟ ସହଯୋଗ କରନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି । ଅନ୍ୟପକ୍ଷରେ ଆଜି ଅପରାହ୍ନରେ ଏନେଇ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କୁ ଭେଟିବ ବୋଲି ଶ୍ରୀ ମାଝୀ କହିଥିଲେ । ସୂଚନାଯୋଗ୍ୟଯେ, ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା । ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିଲେବି କଂଗ୍ରେସ ପକ୍ଷରୁ ହିଁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଅପରପକ୍ଷରେ ପୂର୍ବରୁ ନିର୍ବାଚନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିବାବେଳେ ଏବେ ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ସମ୍ପ୍ରତି ବିଜେଡ଼ିରୁ ରୁଦ୍ର ମହାରଥି କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେପିରୁ ଆଶ୍ରୀତ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।