ଦୀର୍ଘ ୨୦ ବର୍ଷ ପରେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ କୃଷ୍ଣସାର ମୃଗ
ଦୀର୍ଘ ୨୦ ବର୍ଷ ପରେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ କୃଷ୍ଣସାର ମୃଗ ବିଚରଣ କରୁଥିବା ବେଳେ ଏହା ସବୁ ମହଲରେ ସ୍ୱାଗତ କରାଯାଇଅଛି।ତେବେ ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ସନ୍ତୁଳନ ରକ୍ଷାକରିବା ସହ ଆକର୍ଷଣୀୟ କରିବା ଲକ୍ଷରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡିଅଛି।ଅନ୍ୟପକ୍ଷରେ କୃଷ୍ଣ ସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ର ବିଶେଷ ଆକର୍ଷଣ ହେବା ପାଇଁ ବନ୍ୟଜନ୍ତୁ ଶିକାର ବନ୍ଦ ନେଇ ପଦକ୍ଷେପ ନେବା ସହ ଏହାର ସରକ୍ଷଣ ସମେତ ଖାଦ୍ୟ ଓ ପାନୀୟ ର ବ୍ୟବସ୍ଥା ବନବିଭାଗ ଓ ସରକାର କରିବାକୁ ମତ ପ୍ରକାଶ ପାଇଅଛି।
ଦିନ ଥିଲା ବାଲୁଖଣ୍ଡ ଅଭୟାରଣ୍ୟ ରେ ନିର୍ଭୟରେ ବିଚରଣ କରୁଥିଲେ କୃଷ୍ଣସାର ମୃଗ।କୃଷ୍ଣସାର ମୃଗ ବଂଶ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟଶଃ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜୁନ ୧୮ ରେ ୬ ଟି ମାଇ ଓ ୪ଟି ଅଣ୍ଡିରା ମିଶାଇ ୧୦ ଟି କୃଷ୍ଣସାର ମୃଗ ଅଭୟାରଣ୍ୟରେ ଛଡ଼ା ଯାଇଥିଲା ।ପରେ ୩ ମାସ ବ୍ୟବଧାନରେ ଏବେ ଆଉ ୧୩ ଟି କୃଷ୍ଣସାର ମୃଗ ନନ୍ଦନ କାନନ ରୁ ଆଣି ଛଡ଼ା ଯାଇଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିବା ଜଣାପଡିଅଛି।କୃଷ୍ଣ ସାର ମୃଗ ଙ୍କ ବଂଶ ବିସ୍ତାର ସହ ଅଭୟାରଣ୍ୟରେ ଜୀବଜନ୍ତୁ ଙ୍କ ସନ୍ତୁଳନ ଉପରେ ସରକାରଙ୍କ ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଅଛି।ସେମାନଙ୍କ ପାଇଁ ସ୍ବତନ୍ତ୍ର ଘାସ ଓ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜଙ୍ଗଲ ଅଧିକାରୀ।
ପୂର୍ବରୁ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଶିକାର ହେତୁ କୃଷ୍ଣସାର ମୃଗ ବଂଶ ଲୋପ ପାଇ ଯାଇଥିଲା।ତେବେ ପ୍ରଶାସନ ପକ୍ଷରୁ ବିରଳ କୃଷ୍ନସାର ମୃଗ ର ପୁନରୁଦ୍ଧାର ସ୍ୱାଗତ ଯୋଗ୍ୟ ପଦକ୍ଷେପ।କୋଣାର୍କ ଠାରୁ ପୁରୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଏହି ଅଭୟାରଣ୍ୟରେ ଭିତ୍ତିଭୂମି ସଜାଡ଼ିବା ସହ ଜୀବଜନ୍ତୁ ସୁରକ୍ଷା ନେଇ ପଦକ୍ଷେପ ନେବାକୁ ଦାବି ହୋଇଅଛି।ବର୍ତମାନ ସମୟରେ ଅଭୟାରଣ୍ୟ ରେ ପ୍ରାୟ ୫ହଜାର ଚିତ୍ରା ହରିଣ ରହିଥିବା ବେଳେ ନୂଆ କରି ଛଡ଼ାଯାଇଥିବା କୃଷ୍ଣସାର ମୃଗ ର ରକ୍ଷଣାବେକ୍ଷଣ ଓ ବଂଶ ବୃଦ୍ଧି ପାଇଁ ଭିତ୍ତିଭୂମି ସଜାଡିବା ଦିଗରେ ଅଣଦେଖା କରା ନ ଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ନେଇ ପରିବେଶ ବିତ ମତ ରଖିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟରେ କୃଷ୍ନସାର ମୃଗ ବଂଶ ବୃଦ୍ଧି ହେଲେ ବହିରାଗତ ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନ ପାଳଟିବ ଯାହାକି ପର୍ଯ୍ୟଟନ ରେ ଅଭିବୃଦ୍ଧି ଆଣିବ।ପୁରୀରୁ ରଞ୍ଜିତ୍ ମିଶ୍ରଙ୍କ ରିପୋର୍ଟ ୟୁବିସି ଓଡିଆ ।